ଭାରତ ଗେସ୍ ଟାଙ୍କି ବିସ୍ପୋରଣ ରେ କମ୍ପିଲା ଗୋଡଭଗା,ଜଣେ ଗୁରୁତର….

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଫାଣ୍ଡି ସାମ୍ନା କମ୍ପ୍ଲେକ୍ସ ରେ ରହିଛି ଏକ ଭାରତ ଗେସ୍ ଶାଖା ଦୋକାନ।ଯାହା ଗତ ରାତି ୧୧ଟା ୨୫ ମିନିଟ ସମୟରେ ଗେସ୍ ଟାଙ୍କି ଫାଟି ବିସ୍ପୋରଣ ଘଟି ସମ୍ପୂର୍ଣ ଦୋକାନ ଚୂରମାର୍ ହୋଇ ଉକ୍ତ ଦୋକାନ କୁ ଲାଗି ରହିଥିବା ଦୁଇଟି ମୋବାଇଲ ଓ ସେଲୁନ ଦୋକାନ କ୍ଷତିଗ୍ରସ୍ତ ହେବା ସହ ଉକ୍ତ କମ୍ପ୍ଲେକ୍ସ ର ସିମେଣ୍ଟ କାନ୍ଥ ରେ ଫାଟ ସୃଷ୍ଟି ହୋଇ ଅଞ୍ଚଳରେ ଭୟର ଆତଙ୍କ ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ହୋଇ ପଡ଼ିଥିଲା ଗେସ୍ ଦୋକାନ କର୍ମଚାରୀ ଈଶ୍ୱର ଖଣ୍ଡା (୨୫)।

ଘଟଣା କୁ ନେଇ ସ୍ଥାନୀୟ ଲୋକଙ୍କ ସହାୟତା ରେ ଗୋଡଭଗା ପୋଲିସ ଗୁରୁତର ଗେସ୍ ଦୋକାନ କର୍ମଚାରୀ ଖଣ୍ଡା ଉଦ୍ଧାର କରି ବୁର୍ଲା ଡାକ୍ତର ଖାନା ପଠାଇ ଅତାବିରା ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ।ଏନେଇ ବିଭାଗୀୟ ଅତାବିରା କେନ୍ଦ୍ର ଅଧିକାରୀ ମିଶ୍ର କିଶାନ ସଦଲ ବଳେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ସେଠାରେ ଥିବା ଗେସ୍ ଟାଙ୍କି ଗୁଡ଼ିକୁ ଥଣ୍ଡା କରିବା ପାଇଁ ପାଣି ଚିଞ୍ଚନ କରି ସତର୍କତା ସହ ଗୋଟେ ଗୋଟେ ଭର୍ତି ହୋଇଥିବା ୨୦କେଜିଆ ୪ଟି,୧୪କେଜିଆ ୬ଟି,୫କେଜିଆ ୩ଟି ଓ ଖାଲି ଥିବା ୧୪କେଜିଆ ୨୪ଟି, ୫କେଜିଆ ୨ଟି ସିଲିଣ୍ଡର କୁ ବାହାର୍ କରିଥିବା ଜଣା ପଡିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଭଳି ଭାବେ ଚାରି ପଟେ ଦୋକାନ,ବଜାର,ଘର ଦ୍ବାର ତଥା ଜନ ଗହଳି ଭିତରେ ତାହା ପୁଣି ଗୋଡଭଗା ଫାଣ୍ଡି ସମ୍ମଖ କମ୍ପ୍ଲେସ ଦୋକାନ ରେ ଭର୍ତ୍ତି ଟାଙ୍କି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।ଯାହା ଏଠାରେ କିଣାବିକା କରିବା ପାଇଁ ଛୋଟ ରୁ ବଡ ଟାଙ୍କି ଗୁଡ଼ିକ ରଖାଯାଉ ଥିବା ଲୋକେ କହନ୍ତି।

ସେହିପରି ଅତାବିରା ତଥା ଗୋଡଭଗା ଅଞ୍ଚଳ ର ଗାଁ ଗଣ୍ଡା ଓ ସହର ମଝିରେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ତଥା କିଛି ଅସାଧୁ କର୍ମଚାରୀ ମାନଙ୍କ ସ୍ବାର୍ଥ ଲାଳସା ଯୋଗୁଁ ଏହିଭଳି ରାସାୟନିକ ପଦାର୍ଥ ଗୁଡ଼ିକ ବେନିୟମ କାରବାର ଖୁଲମ ଖୁଳା ବେଧଡକ ରେ ବୃଦ୍ଧି ପାଇବା ସହ କେତେବେଳେ ଯେ କେଉଁ ଅଘଟଣ ନଘଟିବ ବୋଲି କିଏ କହିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।ତେବେ ଦେଖା ଯାଉ ଏହି ବିସ୍ପୋରଣ ଘଟଣା କୁ କେନ୍ଦ୍ର କରି ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ର ପଦକ୍ଷେପ କଣ ରହୁଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ନାବାଳିକା ମୃତ,ଘଟଣାସ୍ଥଳରେ ଉତ୍ତେଜନା ପୋଲିସର ଲାଠି ଚାର୍ଜ...

Tue Sep 13 , 2022
ନବୀନ ଦାଶ(ବରଗଡ଼)୧୩/୦୯: ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସୁଥିବା ସମୟରେ ମାଲବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି।ଆଜି ସକାଳ ୯ ଟା ସମୟରେ ପଦ୍ମପୁର ପଟରୁ ଓଡି ୧୭ଏନ -୫୦୧୫ ନମ୍ୱର ବିଶିିଷ୍ଟ ଏକ ୧୬ ଚକିଆ ମାଲବୋଝେଇ ଟ୍ରକ ଆସୁଥିବାବେଳେ,ସ୍ଥାନୀୟ ବିଜେପୁର ଗଞ୍ଜେଇଭାଟି ଛକଠାରେ ସ୍କୁଟି ସହ ଏହି ଟ୍ରକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା ।ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା […]

You May Like

Pin It on Pinterest