୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ,୧୮ରୁ ୨୧ ପ୍ରବଳ ବର୍ଷା…

ଭୁବନେଶ୍ୱର ୧୬/୦୯: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ ଅନୁଯାଇ, ଆସନ୍ତା ୧୮ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ।ଏହି ଲଘୁଚାପ ପ୍ରଭାବରେ ୧୮ରୁ ୨୧ ପର୍ଯ୍ୟନ୍ତ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏହାପରେ ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଏବେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ । ୧୮ରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ରାଜ୍ୟରେ ପୁଣି ବର୍ଷା ହେବ ।

ସେହିପରି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ୧୮ରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ୧୯ରେ ଲଘୁଚାପ ଏବଂ ୨୦ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହେବ । ଏହା ଅବପାତ ରୂପ ମଧ୍ୟ ନେଇପାରେ । ୨୧ରେ ଓଡ଼ିଶା ସ୍ଥଳ ଭାଗରେ ରହି ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼କୁ ମୁହାଁଇବ । ୨୦ରୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ । ୨୩ରେ ଉପକୂଳରେ ବର୍ଷା ଲାଗି ରହିବ । ୨୨ ଓ ୨୩ରେ ଦିନ ତାପମାତ୍ରା ବିଶେଷ ଭାବେ କମି ପ୍ରାୟତଃ କୋହଲା ରହିବ । ୨୩ ପରେ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା କମିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ: ତାମିଲନାଡୁ ବିଜେପି ମୋଦିଙ୍କ ଜନ୍ମଦିନରେ ସୁନା ମୁଦ୍ରା ବଣ୍ଟନ କରିବ, ଦିଲ୍ଲୀ ରେଷ୍ଟୁରାଣ୍ଟ ୫୬ ଇଞ୍ଚର ଥାଳି...

Sat Sep 17 , 2022
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ମୋଦୀଙ୍କୁ ୭୨ ବର୍ଷ ବୟସ ହୋଇଛି। ଦିଲ୍ଲୀ, କର୍ଣ୍ଣାଟକ, ରାଜସ୍ଥାନ ସମେତ ସମଗ୍ର ଦେଶରେ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ସେବା ପକ୍ଷ ପାଳନ କରିବେ। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡଡା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ସେବା ସାଂସଦ କାର୍ଯ୍ୟକ୍ରମରେ ସମସ୍ତ ସାଂସଦ, ବିଧାୟକ ଏବଂ ଦଳୀୟ କର୍ମୀମାନେ ଅଂଶଗ୍ରହଣ କରିବେ ବୋଲି […]

You May Like

Pin It on Pinterest