ବାସ୍ତବ ବ୍ୟୁରୋ :- ଦକ୍ଷିଣ-ପୂର୍ବ ତାଇୱାନରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବତ୍ରା ପାଖାପାଖି ୭ ଥିଲା ।
ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି। ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଛି । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ କୌଣସି ସରକାରୀ ରିପୋର୍ଟ ଆସିନି। ତାଇତୁଙ୍ଗରୁ ୭.୩ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । କିଛି ସମୟ ପାଇଁ ଥରି ଉଠିଥିଲା ପୂର୍ବ ଦକ୍ଷିଣ ତାଇୱାନ ଅଞ୍ଚଳ । ରାଜଧାନୀ ତାଇପେଇ ଅଞ୍ଚଳରେ ବି ଭୂମିକମ୍ପର ପ୍ରଭାବ ଅନୁଭୁତ ହୋଇଛି ।
ଭୁଂକମ୍ପ ପରେ ପରେ ଏବେ ସୁନାମି ର ଭୟ ଭୟ ଦେଖା ଦେଇଛି । ଦେଶରେ ସୁନାମୀ ସତର୍କତା ଜାରି ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଭୂମିକମ୍ପ ପରେ ୟୁନାଇଟେଡ ଷ୍ଟେଟ୍ସ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ତତ୍କାଳ ସୁନାମୀ ସତର୍କତା ଜାରି କରିଛି । ଯେଉଁଥିରେ ତାଇୱାନ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରେ ବିପଦଜନକ ସୁନାମୀ ଲହର ଉଠିବା ନେଇ ଆଶଙ୍କା ପ୍ରକାଶ କରାଯାଇଛି।