
ପି.ଏନ୍.କହଁର(ଫୁଲବାଣୀ) ୧୮/୦୯: ଫୁଲବାଣୀର ମାଷ୍ଟ୍ରପଡାରେ ଥିବା ପାରିଜାତ କଲ୍ୟାଣ ମଣ୍ଡପରେ,ବିଜେପି ନଗର ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ମହା ମେଘବାହାନ ଐର ଖାରବେଳ ସ୍ୱାଇଁ, ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ସ୍ମିତାରଣୀ ମହାନ୍ତି ଏବଂ ବିଜେପି ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ।
ଏଥିରେ ନଗର ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ସେହିପରି ସାଂସଦ ପ୍ରାର୍ଥୀ ମହା ମେଘବାହାନ ଐର ଖାରବେଳ ସ୍ୱାଇଁ ବିଜେଡି ସରକାର ଉପରେ ବର୍ଷିଥିଲେ। ଏହି କର୍ମଶାଳାରେ ଫୁଲବାଣି ନଗରରୁ ୩୦୦ ରୁ ଅଧିକ ଲୋକ ବିଜେପିରେ ଯୋଗ ଦେଇଛନ୍ତି l ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୃଦୁଢ଼ କରିବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି।



