
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜେଡି ଦଳର ସଭାପତି ସାଜିଛନ୍ତି ଚାନ୍ଦବାଲି ତହସିଲଦାର, ବିଧାୟକ ବାପି ରାୟଙ୍କ ସାଙ୍ଗ ବୋଲି କାହାରିକୁ ଖାତିର ନହିଁ,ବିଜେଡି କର୍ମୀ ନ ହେଲେ ସାଧାରଣ ଲୋକଙ୍କୁ ନିସ୍ତାର ନାହିଁ ।
ବର୍ବରତା ସବୁ ସୀମା ଟପି ଯାଇଛନ୍ତି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର l ବିଧାୟକ ବାପି ରାୟଙ୍କ ସାଙ୍ଗ ହୋଇଥିବାରୁ ଶଙ୍ଖ ଦଳର ନେତୃତ୍ୱ ନେଇଛନ୍ତି ଖୋଦ ତହସିଲଦାର ବାବୁ l
ତହସିଲରେ ଯେ କୌଣସି ଛୋଟିଏ କାର୍ଯ୍ୟଟିଏ ହେଲେ ଦଳୀୟ ନେତା ସ୍ୱୀକୃତି ଦେଲେ କାର୍ଯ୍ୟ ହେବ ନହେଲେ ମୋଟା ଅଙ୍କର ଅର୍ଥ ଦେଲେ ସହଜରେ ହେବ ।ବିରୋଧୀ ହେଲେ ବର୍ଷ ବର୍ଷ ଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ୍ୟ କାର୍ଯ୍ୟ ଶୂନ ।ପୂର୍ବରୁ ଜଳେଶ୍ୱର ପଂଚାୟତରେ ଜଣେ ଯୁବ ନେତାଙ୍କୁ ଏକ ଲକ୍ଷ ଟଙ୍କା ଦିଅ ନ ହେଲେ ବିଜେଡି ହୁଅ ବୋଲି କହି ଚର୍ଚ୍ଚାରେ ଶିକାର ହୋଇଥିଲେ ଏହି ତହସିଲଦାର ମହୋଦୟ ।
ଏମିତି ବିଜେଡି ଦଳ ପାଇଁ ପୁରା ଦମରେ କାର୍ଯ୍ୟ କରୁଛନ୍ତି ଯାହାକୁ ନେଇ ବିରୋଧୀ ମଧ୍ୟ୍ୟ ତାଙ୍କ ଆକ୍ରୋଶ ବାରମ୍ବାର ଶିକାର ହେଉଛନ୍ତି l ପୁଣି ଆଜି ମୌସୁଧା ପଂଚାୟତରେ ଜଣେ ଯୁବକ ତାଙ୍କ ଗାଁ ରାସ୍ତା ଉଛେଦ ବାବଦରେ ତହସିଲ କାର୍ଯାଳୟକୁ ଆସିଥିଲେ ହେଲେ ତହସିଲଦାର ସୁଶାନ୍ତ ସୂତାର, ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣାଙ୍କ ସହ ନିକଟରେ ରହିଛନ୍ତି ବିଜେଡି ନେତା ବ୍ରଜ ମଲ୍ଲିକ, ହେଲେ ତହସିଲଦାର ବାବୁ ଜଣକ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ମଧ୍ୟ୍ୟ ଦଇଛନ୍ତି ।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି lଥରେ ଦେଖନ୍ତୁ ତହସିଲଦାର ଙ୍କ ଏହି ସୁଦ୍ଧ ସାହିତ୍ୟ । ଆପଣ ବି ବୁଝିବେ ତହସିଲଦାର ହେବାର ଯୋଗ୍ୟତା ଏ ମହାଶୟଙ୍କର ଅଛିତ ? ସ୍ୱଛ ସରକାରଙ୍କ ଏକଣ ନମୁନା ? ଦେଖାଯାଉ 5T ସରକାରଙ୍କ କାନରେ ଏହା ବାଜୁଚି କି ନାହିଁ ।



