ଟାଙ୍ଗି ଟୋଲ ଗେଟରେ କାରରୁ ଜବତ ହେଲା ଏକ କୁଇଣ୍ଟାଲ୍ ରୁପା ଇଟା ସହ ୧୨ ଲକ୍ଷ ଟଙ୍କା… 

ସଞ୍ଜୟ ଶତପଥୀ(କଟକ): କଟକ ଟାଙ୍ଗି ଟୋଲ ଗେଟରୁ ଜବତ ହୋଇଛିଏକ କୁଇଣ୍ଟାଲ ରୁପା ଇଟା,ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଏହା ଜବତ କରାଯାଇଛି ।ଜିଏସଟି ଏବଂ ଅବକାରୀ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତଂକୁ ଅଟକ ରଖି ପଚରାଉଚାର କରାଯାଉଛି ।

କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟାଙ୍ଗି ଟୋଲ ଗେଟରେ ଏକ କାର ଉପରେ ଚଢ଼ାଉ କରିଥିଲେ । ସେହି କାରରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ଥିଲା। ‌ହେଲେ ଚଢ଼ାଉ ବେଳେ ଜଣାପଡ଼ିଲା ଯେ କାରର ସିକ୍ରେଟ୍ ଚାମ୍ବ‌ରରେ ରହିଛି ଶହେ କେଜି ରୁପା ଇଟା ସହ ୧୨ ଲକ୍ଷ ଟଙ୍କା।

ପଶ୍ଚିମବଙ୍ଗ ନମ୍ବର ଥିବା କାରରେ ଏସବୁ ସାମଗ୍ରୀ ଆସ୍କାରୁ ଖଡ଼ଗପୁର ଚାଲାଣ ହେଉଥିଲା।ଟୋଲ ଗେଟରେ ଚେକିଂ ବେଳେ ଏହି ଘଟଣା ଜଣା ପଡିଛି । ଏତେ ପରିମାଣର ଟଙ୍କା, ରୁପା ଇଟା ଓ ଚାନ୍ଦି ଅଳଙ୍କାର କାହାର ଓ ସେ ଜିଏସଟି ଫାଙ୍କିଛନ୍ତି କି ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା, ନୱାଜ ଶରୀଫଙ୍କୁ ସମାଲୋଚନା 

Thu Sep 22 , 2022
ବାସ୍ତବ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଁହ ରେ ପୁଣି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଶଂସା । ଏଥିସହ ସେ ପାକିସ୍ତାନ ମୁସଲିମ ଲିଗ୍‌ ନେତା ନୱାଜ ଶରିଫଙ୍କୁ ଦୁର୍ନୀତି ପାଇଁ ସମାଲୋଚନା କରିଛନ୍ତି। ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଇମ୍ରାନ ଖାନ କହିଛନ୍ତି, “ଯଦି ଗୋଟିଏ ଦେଶରେ ସ୍ୱତନ୍ତ୍ର ଆଇନ ନାହିଁ, ତା’ହେଲେ ପୁଞ୍ଜିନିବେଶ ପାଇଁ କୌଣସି ସୁଯୋଗ ମିଳିବ ନାହିଁ। […]

You May Like

Pin It on Pinterest