ପାରିବାରିକ କଳହର ଉଗ୍ରରୂପ-ପତ୍ନୀଙ୍କୁ ମାରି ଘରେ ଟାଙ୍ଗିଲା ସ୍ୱାମୀ ….

ରାକେଶ ବିଶ୍ୱାଳ(ରାଉରକେଲା): ପାରିବାରିକ କଳହ ଦିନକୁ ଦିନ ଉଜାଡୁଛି ଘର ସଂସାର।ଦେଖା ଦେଉଛି ବହୁ ଅପ୍ରୀତିକର ଗଟଣା ।ପତି ପତ୍ନୀଙ୍କ କଳହର ଶେଷ ପରିଣତି ହତ୍ୟାର ରୂପ ନେଉଛି ।ଏପରି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି,ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେ ଙ୍କୁ ଥାନାରେ ଅଟକ ରଖିଛି। ମୃତ ମହିଳାଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାଇ, ରାଉରକେଲା ସେକ୍ଟର ୧୪ର ମାମୁଁଙ୍କ ଘର ରହୁଥିଲେ ବାସନ୍ତୀ ହୀରା (୨୪) । ଗତ ବର୍ଷ ୨୦୨୧ ମାର୍ଚ୍ଚରେ ସମ୍ବଲପୁର ବୁର୍ଲାର ବିକାଶଙ୍କୁୁ ବିବାହ କରିଥିଲେ। ଆର୍ଥିକ ସ୍ଥିତି ଠିକ ନ ଥିବାରୁ ଗତ ମେ ମାସରେ ରାଉରକେଲା ଟିମ୍ବର କଲୋନିରେ ଭଡ଼ା ଘରେ ରହି ଉଭୟ ପତିପତ୍ନୀ କାମ କରି ଚଳୁଥିଲେ । ସ୍ୱାମୀ ବିକାଶ ଠିକା ଶ୍ରମିକ ଓ ପତ୍ନୀ ହୋଟେଲରେ କାମ କରୁଥିଲେ । ସହି ପଡିଶାଙ୍କ କହିବା ଅନୁଯାଇ,ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମୃତ ମହିଳା ବାସନ୍ତୀ ହୀରାଙ୍କ ସଂପର୍କୀୟଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟ୍ରକ୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁରେ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ସ୍ଥାନୀୟ ଜନସାଧାରଣ...

Sat Sep 24 , 2022
ବାସ୍ତବବ୍ୟୁରୋ(କଟକ): ମାହାଙ୍ଗା ବ୍ଲକ ଆପିଲୋ ଗ୍ରାମର ସଞ୍ଜୟ ପଣ୍ଡା ନିଜ ସ୍କୁଟି ରେ ଏକ କାର୍ଯ୍ୟରେ କେନ୍ଦ୍ରାପଡ଼ା ଯାଉଥିବା ସମୟରେ କଟକରୁ କେନ୍ଦ୍ରାପଡ଼ା ଆଡ଼କୁ ଯାଉଥିବା ଏକ ଦୃତଗାମୀ ୧୦ ଚକିଆ ଟ୍ରକ (ନମ୍ବର -OD O5G 3261) କଟକ ଚାନ୍ଦବାଲି ରାସ୍ତାର ଶୂକରପଡା ବଜାରଠାରେ ତାଙ୍କୁ ପଛପଟୁ ଧକ୍କା ଦେବା ସହ ସ୍କୁଟି ଆରୋହୀ ସଞ୍ଜୟ ପଣ୍ଡାଙ୍କ ମୁଣ୍ଡ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ଶ୍ରୀ ପଣ୍ଡାଙ୍କର ମୃତ୍ୟୁ […]

You May Like

Pin It on Pinterest