
ସଞ୍ଜୟ ଶତପଥୀ(କଟକ): କଟକ ଦଶହରା ଭସାଣୀ ଵେଳେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳରୁ ତୀଵ୍ର ଉତ୍ତେଜନା ଦେଖାଦେଇଛି ।ଖବର ଅନୁଯାଇ ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି ।
ବାଦୁଆ ବର୍ଷା ଭସାଣି ମଜାକୁ ପାଣିଚିଆ କରିଥିବା ବେଳେ,ମାଆଙ୍କ ପ୍ରସେସନକୁ ନେଇ,କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଛି ।ହେଲେ କଟକର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା କର୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ମାନେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି ।



