
ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ପିଠରେ ପହଞ୍ଚି ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ l
ଆରଡ଼ି ପିଠରେ ଶ୍ରୀମତୀ ଷଢଙ୍ଗୀ ପହଂଚିବା ପରେ ତାଙ୍କୁ ଦଳୀୟ କର୍ମ ଓ ସେବାୟତ ମାନେ ଏକ ଶୋଭାଯାତ୍ରାରେ ପାଛଟିନେବା ସହ ମନ୍ଦିର ଦର୍ଶନ କରାଇଥିଲେ l
ମନ୍ଦିରରେ ପହଂଚିବା ପରେ ପ୍ରଥମେ ବାବା ଆଖଣ୍ଡଳମଣି ଦର୍ଶନ ପରେ ଶ୍ରାବଣୀ ମହାଦେବଙ୍କ ଜଳ ଦାନ ଏବଂ ମୁକ୍ତିମଣ୍ଡପରେ ପୂଜାଅର୍ଚନା କରିଥିଲେ ଶ୍ରୀମତୀ ଶଢଙ୍ଗୀl
ଦର୍ଶନ ପରେ ମନ୍ଦିରର ଭିତ୍ତି ଭୂମିର ବିକାଶ ମୂଳକ କାର୍ଯ୍ୟ ଉପରେ ସେ ସବାୟତ ମାନଙ୍କ ସହ ଆଲୋଚନା କରିଥିଲେ l ଯେଉଁ ମାନଙ୍କର ମନ୍ଦିର ବିକାଶରେ ଘର ବା ଜମି ଯାଉଛି ସେମାନେ ଉଚିତ୍ ନ୍ୟାୟ ପାଇବା ଦରକାର ବୋଲି , ଶ୍ରୀମତୀ ଶଢଙ୍ଗୀ ମତ ବ୍ୟକ୍ତ କରିଥିଲେ ।