
ବାସ୍ତବବ୍ୟୁରୋ:ଇଣ୍ଡିଆନ୍ କୋଷ୍ଟଗାର୍ଡ ଏଟିଏସ୍ ଗୁଜୁରାଟ ଶନିବାର ସକାଳେ ମିଳିତ ଅପରେସନ୍ କରି ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଏକ ପାକିସ୍ତାନୀ ଡଙ୍ଗା ଧରିଛି । ଅଲ ସାକାର ନାମକ ଏହି ଡଙ୍ଗାରୁ ୫୦ କିଲୋଗ୍ରାମ ହିରୋଇନ ଜବତ କରାଯାଇଛି।
ଡଙ୍ଗାରେ ଥିବା ୬ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ହିରୋଇନ ମୂଲ୍ୟ ପ୍ରାୟ ୩୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଧିକ ଅନୁସନ୍ଧାନ ପାଇଁ ଡଙ୍ଗାକୁ କୁଞ୍ଚ ଜିଲ୍ଲାର ଜାଖା ବନ୍ଦରକୁ ନିଆଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୪ ରେ ପାକିସ୍ତାନୀ ଡଙ୍ଗାରୁ ୨୦୦ କୋଟି ମୂଲ୍ୟର ୪୦ କିଲୋଗ୍ରାମ ହିରୋଇନ ଜବତ କରାଯାଇଥିଲା।



