ରାଜଧାନୀରେ ନିଶାସକ୍ତ କାର ଚାଳକ ନେଲେ କଦଳୀ ବେପାରୀଙ୍କ ଜୀବନ…

ପ୍ରମୋଦ ନାୟକ(ଭୁବନେଶ୍ୱର) ୦୯।୧୦ : କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ରାଣ୍ଡ ଆଇଟେନ କାର୍ ପିଟିଲା କଦଳୀ ବେପାରୀଙ୍କୁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାଇ,ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ରାଣ୍ଡ ଆଇଟେନ କାର୍ ରାସ୍ତା କଡ଼ରେ ଟ୍ରଲିରେ ବିକ୍ରି କରୁଥିବା କଦଳୀ ବେପାରୀଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ କଦଳୀ ବେପାରୀ ଜଣଙ୍କ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ହିଁ କଦଳୀ ବେପାରୀଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ସେଠାରେ କିଛି ସମୟ ଲାଗି ଉତ୍ତେଜନା ସୃଷ୍ଟି ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ନିଶାସକ୍ତ ଅବସ୍ଥାରେ ଗ୍ରାଣ୍ଡ ଆଇଟେନ କାର ଚାଳକ,ଗାଡି ଚଳାଉ ଥିଲେ ।ଯାହାଫଳରେ ଏପରି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କମିଶନରେଟ୍‌ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବେଆଇନ ଗୋ-ଚାଲାଣ ବେଳେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ଜଣଙ୍କର ମୃତ୍ୟୁ...

Sun Oct 9 , 2022
ନବୀନ ସାହୁ(ଜଳେଶ୍ଵର): ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ବେଆଇନ ଗୋ-ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ,ସମୟରେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସୂଚନା ଅନୁଯାଇ,ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଆଜି ଭୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ୩ଟି କଣ୍ଟେନର ଓ […]

You May Like

Pin It on Pinterest