ପରଲୋକରେ ମୁଲାୟମ ସିଂହ….

ବାସ୍ତବ ବ୍ୟୁରୋ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ହୋଇଛି । ୟୁରିନ ସଂକ୍ରମଣ, ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁଲାୟମ ସିଂ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି (ସୋମବାର)ସକାଳ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ମୋ ବାପା ଓ ସମସ୍ତ ନେତାଜୀ ଆଉ ନାହାନ୍ତି ।’ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ରେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ ଥିଲେ । ମୁଲାୟମ ସିଂ ଯାଦବ ପ୍ରଥମ ଥର ପାଇଁ ମେନପୁରୀ ଆସନରୁ ଲୋକସଭା ସାଂସଦ ଥିଲେ ।ସେ ତିନିଥର ୟୁପିର ସିଏମ୍ ଥିଲେ । ସେ ମଧ୍ୟ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଏହା ବ୍ୟତୀତ ମୁଲାୟମ ସିଂ ୮ ଥର ବିଧାୟକ ଏବଂ ୭ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ।

ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି ନିଜର ଶୋକବ୍ୟକ୍ତ କରି କହିଛନ୍ତି, ମୁଲାୟମ ସିଂହ ଯାଦବଙ୍କ ନିଧନ ସାରା ଦେଶ ପାଇଁ ଅପୂରଣୀୟ କ୍ଷତି । ସାଧାରଣ ପରିବେଶରୁ ଆସିଥିବା ମୁଲାୟମଙ୍କ ବ୍ୟକ୍ତିତ୍ୱ ଅତି ଅସାଧାରଣ । ତାଙ୍କର ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଦୁଃଖ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମୁଲାୟମ ଜୀ ୟୁପି ଏବଂ ରାଷ୍ଟ୍ରୀୟ ରାଜନୀତିରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ରକ୍ଷା ମନ୍ତ୍ରୀ ଭାବେ ସେ ମଜଭୁତ ଭାରତ ପାଇଁ ବହୁତ ଭଲ କାମ କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁଲାୟମଙ୍କ ବିଯୋଗରେ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହି ଖବର ଜାଣିବା ପରେ ମୁଁ ବହୁତି ଦୁଃଖୀତ । ଦଳିତଙ୍କ ଉନ୍ନତୀରେ ସମାଜବାଦୀ ନେତାଙ୍କ ଯୋଗଦାନ ସର୍ବଦା ମନେରହିବ । ଶୋକସନ୍ତପ୍ତ ପରିବାରକୁ ମୋର ଦୁଃଖ ଓ ସମବେଦନା । ପ୍ରଭୁ ତାଙ୍କର ଅମର ଆତ୍ମାର ସଦଗତି କରନ୍ତିୁ ଏହାହିଁ ମୋର ପ୍ରାର୍ଥନା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀରେ ଲୋକାର୍ପିତ ହେଲା ‘ବୃନ୍ଦାବତୀ ନିବାସ’.....

Mon Oct 10 , 2022
ବାସ୍ତବ ବ୍ୟୁରୋ: ପୁରୀରେ ଲୋକାର୍ପିତ ହେଲା ‘ବୃନ୍ଦାବତୀ ନିବାସ’ । କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଜି ହବିଷ୍ୟାଳୀ ମା’ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳୀ ମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଗୋଟିଏ ଗୋଟିଏ ଶାଲ୍‌ ଉପହାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମା’ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ […]

You May Like

Pin It on Pinterest