କ୍ରିକେଟ ଖେଳ ଦେଖିବାର ସୁଯୋଗ ଆମକୁ ମିଳୁନି,ଅର୍ଚ୍ଚନା ୫୦ଟି ଭିଆଇପି ପାସ କେଉଁଠୁ ପାଇଲା ? -ଡାକ୍ତର ଦାମୋଦର ରାଉତ

ବାସ୍ତବବ୍ୟୁରୋ: କ୍ରିକେଟ ଖେଳ ଦେଖିବାର ସୁଯୋଗ ଆମକୁ ମିଳୁନି,ଅର୍ଚ୍ଚନା ୫୦ଟି ଭିଆଇପି ପାସ କେଉଁଠୁ ପାଇଲେ? ଏ ହେଉଛି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପ୍ରଶ୍ନ ।ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ରାଉତ କହିଛନ୍ତିକି,ଅର୍ଚ୍ଚନା ନାଗଙ୍କର କଳା ସାମ୍ରାଜ୍ୟ ପଛରେ ବଡ଼ବଡ଼ିଆଙ୍କ ହାତ ରହିଛି।

କଳାହାଣ୍ଡିରୁ ଭୁବନେଶ୍ଵର ଆସି ପ୍ରାସାଦ ନିର୍ମାଣ କରିବା ସହଜ ନୁହେଁ। ଯିଏ ନିର୍ମାଣ କରିଛି ତାକୁ ଖୋଜିକି ବାହାର କରାଗଲେ ସତ କଥା ପଦାକୁ ଆସିବ। ପାପକୁଣ୍ଡରେ ଗୋଡ଼ ବୁଡ଼ାଇବାକୁ ଅନେକଙ୍କର ମନ ଥିଲା। ପାପର ଉଆସ ସେହି ପାପୀମାନେ ନିର୍ମାଣ କରିଛନ୍ତି। ଏଥିରେ ଅର୍ଚ୍ଚନାଙ୍କ ସହ ସମ୍ପର୍କ ରଖିଥିବା ଲୋକ ରାଜନେତା, ପ୍ରଶାସକ ଓ ଠିକାଦାର ଥାଇପାରନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି ।

ବିଧାନସଭା ଚାଲିଲା ବେଳେ ସିକ୍ୟୁରିଟି ବ୍ୟବସ୍ଥା କଡାକଡି ଥାଏ ସେଥିରେ ଅର୍ଚ୍ଚନା କେମିତି ବେଧଡ଼କ ଯାଉଥିଲେ ତାହା ଏକ ବଡ଼ ପ୍ରଶ୍ନ। ଗଣମାଧ୍ୟମ ପାଇଁ କଟକଣା ଥିବାବେଳେ ଅର୍ଚ୍ଚନା କାହିଁକି ଯାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ଦାମ ରାଉତ। କ୍ରିକେଟ ଖେଳ ଆମକୁ ଦେଖିବାର ସୁଯୋଗ ମିଳୁନି ,ଅଥଚ ଅର୍ଚ୍ଚନା ୫୦ଟି ଭିଆଇପି ପାସ କେଉଁଠୁ ପାଇଲେ? ଓଡ଼ିଆ ଜାତି ପାଇଁ ଏହା ଏକ କଳଙ୍କ। ଓଡ଼ିଆ ଜାତିର ଇହିହାସ ପରମ୍ପରାର କୁଠାରଘାତ ହେଉଛି । ରାଜନେତାମାନେ ସେବା ନୁହେଁ, ଉପଭୋଗ କରିବାକୁ ଆସୁଛନ୍ତି। ଶାସକ ଦଳ ହାତରେ ପୁଲିସ ଅଛି। ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତି ଥିବା ଲୋକଙ୍କୁ ଖୋଜି ଦଣ୍ଡ ଦିଆଯାଉ ବୋଲି ଡାକ୍ତର ଦାମୋଦର ରାଉତ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅକ୍ଟୋବର ୨୫ରେ ଏବର୍ଷର ଶେଷ ସୂର୍ଯ୍ୟ ପରାଗ :ଅପରାହ୍ନ ୪ ଟାରୁ ଦୃଶ୍ୟମାନ ହେବ,ତେଣୁ ଗୋବର୍ଦ୍ଧନ ପୂଜା ଗୋଟିଏ ଦିନ ସ୍ଥଗିତ...

Sat Oct 15 , 2022
୨୪ ଅକ୍ଟୋବରରେ ଦିୱାଲୀ ଏବଂ ୨୫ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ହେବ | ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ଏବଂ ଏହା ଦେଶର ଅନେକ ସ୍ଥାନରେ ଦୃଶ୍ୟମାନ ହେବ | ଏହି କାରଣରୁ ଦୀପାବଳିର ଗୋବର୍ଦ୍ଧନ ପୂଜାକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଛି। ଧାର୍ମିକ ଦୃଷ୍ଟିକୋଣରୁ ଏହା ମଧ୍ୟ ସ୍ୱତନ୍ତ୍ର ହେବ | ଏହାପୂର୍ବରୁ ୩୦ ଏପ୍ରିଲରେ ସୂର୍ଯ୍ୟ ପରାଗ ହୋଇଥିଲା, କିନ୍ତୁ ଦେଶରେ ଏହା ଦୃଶ୍ୟମାନ […]

You May Like

Pin It on Pinterest