“ମା ଭାରତୀ କେ ସପୁତ” ୱେବସାଇଟ୍ ଉନ୍ମୋଚିତ,ଏହା ମାଧ୍ୟମରେ ସାଧାରଣ ବ୍ୟକ୍ତି ମଧ୍ୟ ଶହୀଦଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସମର୍ଥ ହେବେ…

ବାସ୍ତବବ୍ୟୁରୋ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ନ୍ୟାସନାଲ ମେମୋରିଆଲ କମ୍ପ୍ଲେକ୍ସରେ ମା ଭାରତୀ କେ ସପୁତ ୱେବସାଇଟ୍ ଲଞ୍ଚ କରିଛନ୍ତି। କମ୍ପ୍ଲେକ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଏହି ୱେବସାଇଟ୍ ଲଞ୍ଚ କରିଥିଲେ। ଯୁଦ୍ଧ ସମୟରେ ସହିଦ ହୋଇଥିବା କିମ୍ବା ଆହତ ହୋଇଥିବା ଦେଶର ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ୱେବସାଇଟ୍ ତିଆରି କରାଯାଇଛି।

ୱେବସାଇଟ୍ ଅଧୀନରେ ଏକ ହଜାରରୁ ଅଧିକ ଆହତ ଯବାନଙ୍କୁ କ୍ଷତିପୂରଣ ଦିଆଯାଇସାରିଛି। ଅଭିନେତା ଅମିତାଭ ବଚ୍ଚନ ଏହାର ଶୁଭେଚ୍ଛୁ ଆମ୍ବାସଡର |

ଏହି ସମାରୋହରେ ରାଜନାଥ ସିଂ କହିଛନ୍ତି- ୧୯୬୨ ମସିହାରେ ହୋଇଥିବା ଯୁଦ୍ଧରେ ଦେଶର ଆହ୍ୱାନରେ ଦେଶର ଲୋକମାନେ ଖୋଲାଖୋଲି ଭାବେ ଦାନ କରିଥିଲେ, ଯାହାଦ୍ୱାରା ଅସ୍ତ୍ରଶସ୍ତ୍ରଠାରୁ ପୋଷାକ ପର୍ଯ୍ୟନ୍ତ ଆମର ସୈନିକ ମାନଙ୍କର ଆବଶ୍ୟକତା ପୂରଣ ହୋଇପାରିଥିଲା | ଆମର ମାତା, ଭଉଣୀ ଏବଂ ବୋହୂମାନେ ସେମାନଙ୍କର ଅଳଙ୍କାର ଦାନ କରିଥିଲେ ଏବଂସାଧାରଣ ଲୋକମାନେ ଆମର ସୈନ୍ୟବାହିନୀକୁ ସେମାନଙ୍କର ଜୀବନର ସାଇତା ଧନ ଦାନ କରିଥିଲେ | ଏବେବି ସହିଦ ପରିବାରଙ୍କୁ ଏହି ୱେବସାଇଟ୍ ମାଧ୍ୟମରେ ଦେଶବାସୀ ସହଯୋଗ କରିପାରିବେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ଦୀପାବଳି ଭେଟି- ଠିକା ନିଯୁକ୍ତିର ଯୁଗ ଶେଷ....

Sat Oct 15 , 2022
 ବାସ୍ତବ ବ୍ୟୁରୋ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟରେ ଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି । ଚୁକ୍ତି ଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି ନବୀନ୍‌ କହିଛନ୍ତି । ଏଥିସହିତ ବର୍ତ୍ତମାନ ଚାକିରୀରେ ଥିବା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି ଅଧିକ ୧୩ ଶହ କୋଟି ଟଙ୍କା ଖର୍ଚ୍ଚ […]

You May Like

Pin It on Pinterest