ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ….

ବାସ୍ତବ ବ୍ୟୁରୋ: ବେଶ କିଛି ଦିନ ବ୍ୟବଧାନ ପରେ ପୁଣି ଦେଖାଦେଲାଣି କରୋନାର ନୂଆ ଭାରିଏଣ୍ଟ । ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାନୁଯାୟୀ, ଏହି ନୂଆ ଭାରିଏଣ୍ଟର ଲକ୍ଷଣ ଅନ୍ୟ କୋଭିଡ୍ ଭାରିଏଣ୍ଟ ଭଳି। ଦେହ ହାତ ବିନ୍ଧା ହେବା ଥଣ୍ଡା, ଖାସ, ଜ୍ୱର ହେବା ଏହି ନୂଆ ଭାରିଏଣ୍ଟର ମୁଖ୍ୟ ଲକ୍ଷଣ। ତେବେ ମୁମ୍ବାଇ କୋଭିଡ୍ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ରାହୁଲ ପଣ୍ଡିତଙ୍କ କହିବା ଅନୁସାରେ, ଯେତେବେଳେ ନୂଆ ଭାରିଏଣ୍ଟ ଆସେ, ସେତେବେଳେ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଥାଏ। ଲୋକଙ୍କୁ ସାବଧାନ ରହିବାକୁ ପଡିବ। ତା’ ସହିତ ଲୋକମାନେ ମାସ୍କ ପିନ୍ଧିବା ଜାରି ରଖନ୍ତୁ । ଦୀପାବଳି ସମୟରେ ବଜାରରେ ଭିଡ ଯୋଗୁ ସଂକ୍ରମଣ ମାମଲା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ମୁମ୍ବାଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଶୀତ ଦିନେ କୋଭିଡ୍ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଇନଫ୍ଲୁଏଞ୍ଜା ଭଳି ରୋଗୀଙ୍କ ଉପରେ କଡା ନଜର ରଖାଯାଇଛି। ସାମାନ୍ୟ ଖାସ କିମ୍ବା ଥଣ୍ଡା ହେଲେ ଲୋକଙ୍କୁ ଟେଷ୍ଟ କରାଇବାକୁ କୁହାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମଲ୍ଲିକାର୍ଜୁନ ଖଡ୍‌ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ... 

Wed Oct 19 , 2022
ବାସ୍ତବ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଗତ ୧୭ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍। ସେହିପରି ତାଙ୍କ […]

You May Like

Pin It on Pinterest