କରୋନା ଅପ୍ ଟୁଡେଟ୍

-ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସ୍‌ମିଟରେ ସୂଚନା

-ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ହଟିବ ସଟ୍‌ଡାଉନ

-ସୂର୍ଯ୍ୟନଗର କେସ୍‌ଟି କୋଲକାତାରୁ ଆସିଥିଲା, ସେହିପରି ବମିଖାଲ୍ କେସ୍‌ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି, ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ

-୩ ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ , ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍‌ଡାଉନ କରାଯାଇଥିଲା,

-ସଟଡାଉନ୍ ସମୟ ସରିବା ପରେ ଅଧିକ ମାତ୍ରାରେ ଦୋକାନକୁ ଯାଇ ଭିଡ଼ ଜମାନ୍ତୁ ନାହିଁ, ରାତି ୮ଟା ପରେ ଗ୍ରୋସରୀ ଦୋକାନ, ପରିବା ଦୋକାନ ଖୋଲାହେବ

-କୌଣସି ପ୍ରମାଣ ନାହିଁ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି।ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେବେ ସେଠାରେ ସଟଡାଉନ ହେବ ।ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ

କରୋନା ମୁକାବିଲା ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ସୂଚନା: ବିଦେଶରୁ ଫେରିଥିବା ସମସ୍ତ ୩୫ ଜଣଙ୍କ ସ୍ୱାବ୍‌ ନମୁନା ନେଗେଟିଭ୍ ଆସିଛି, ନିଜାମୁଦ୍ଦିନ ଲିଙ୍କ୍‌ରେ ଆସିଥିବା ୨ ଜଣଙ୍କର ନମୁନା ମଧ୍ୟ ନେଗେଟିଭ୍ ଆସିଛି, ତେଣୁ କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ୱର ରେ ଆଜି ୧୮ ସଂକ୍ରମଣ ...ରାଜ୍ୟରେ ମୋଟ୍ ୩୯

Sun Apr 5 , 2020
ବାସ୍ତବ ବ୍ୟୁରୋ-ଓଡ଼ିଶାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି। ଦିନକରେ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ୍ । ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ  ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।  ନୂଆ ସଂକ୍ରମିତ ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି […]

You May Like

Pin It on Pinterest