ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲFAP ଦ୍ୱାରା ‘ବେଷ୍ଟ ସ୍କୁଲ ଆୱାର୍ଡ଼’ ରେ ସମ୍ମାନିତ…

ମନୋଜ ମହାନ୍ତି(ଭୁବନେଶ୍ବର): ଚଳିତ ବର୍ଷ ୨୦୨୨ ପାଇଁ FAP ( ଫେଡେରେଶନ୍ ଅଫ ପ୍ରାଇଭେଟ୍ ସ୍କୁଲ ଆଣ୍ଡ ଆସୋସିଏସନ୍ ଅଫ ପଞ୍ଜାବ) ତରଫରୁ ଭୁବନେଶ୍ୱର ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲକୁ ‘ବେଷ୍ଟ ସ୍କୁଲ ଆୱାର୍ଡ଼’ – ୨୦୨୨ (ଇନ୍ଫ୍ରାଷ୍ଟ୍ରକଚର୍ କାଟାଗୋରୀ) ପ୍ରଦାନ କରାଯାଇଅଛି ।ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ୱରୂପା ନନ୍ଦ ମିଶ୍ରଙ୍କୁ ନିଜର କର୍ମ, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ପରିଚାଳନା ପାଇଁ ଡାଇନାମିକ୍ ପ୍ରିନ୍ସିପାଲ୍ ଆୱାର୍ଡ -୨୦୨୨ ପୁରସ୍କାର ରେ ଅଳଙ୍କୃତ କରାଯାଇଛି ।

ଏହି କାର୍ଯ୍ୟକ୍ରମଟି ଚଣ୍ଡୀଗଡ଼ ୟୁନିଭରସିଟି ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଚଣ୍ଡୀଗଡ଼ର ରାଜ୍ୟପାଳ ମହାମହିମ ଶ୍ରୀ ବନୱାରୀଲାଲ ପୁରୋହିତ ମୁଖ୍ୟ ଅଥିଥି ଭାବରେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ , ଏହି ଉତ୍ସବ ରେ ପଞ୍ଜାବ ବିଧାନସଭା ର ବାଚସ୍ପତି ଏସ. କୁଲତାର ସିଂ ସନ୍ଧୱାନ,ସମ୍ମାନନିୟ ଅଥିତି ଭାବରେ ଉପସ୍ଥିତ ଥିଲେ l FAP ର ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିମାନେ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଏହି ଖବର ପ୍ରଚାର ହେବାପରେ ଶ୍ରୀକ୍ରିଷ୍ଣା ସ୍କୁଲ ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଅଛି । ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ପବିତ୍ର ରାଉତରାଏ ବିଦ୍ୟାଳୟର ଅଧ୍ୟକ୍ଷ ଓ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଦେବା ସହିତ ବିଦ୍ୟାଳୟ ର ଉତ୍ତୋରତର ଉନ୍ନତି କାମନା କରିଥିଲେ ଏବଂ ଅଧ୍ୟକ୍ଷଙ୍କ ପରିଚାଳନାକୁ ଭୂରି ପ୍ରଶଂସା କରିଥିଲେ ।

ବିଭିନ୍ନ କୋଣ ଅନୁକୋଣ, ଅଭିଭାବକ ମହଲ, ବିଦ୍ୟାଳୟ ସଂଗଠନ ତରଫରୁ ଅଧ୍ୟକ୍ଷ ଡ଼ଃ ମିଶ୍ରଙ୍କୁ ଅଭିନନ୍ଦନର ସୁଅ ଛୁଟିଚାଲିଛି।ଏଥି ସହିତ ବିଦ୍ୟାଳୟର ଗାରିମା ଚାରିଆଡ଼େ ପ୍ରଚାର ଓ ପ୍ରସାର ହୋଇପାରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାରା ଦେଶରେ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ , ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ...

Tue Nov 1 , 2022
ବାସ୍ତବବ୍ୟୁରୋ:ଦୀପାବଳି ପରେ ମାହାଙ୍ଗାଇରୁ ମୁକ୍ତି ପାଇବା ଖବର ଆସିଛି। ସାରା ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀର ଇଣ୍ଡେନ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ନଭେମ୍ବର ୧ (ମଙ୍ଗଳବାର) ରୁ ୧୧୫.୫ ଟଙ୍କା ହ୍ରାସ କରାଯାଇଛି। ସେହିପରି କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫ ଟଙ୍କା ହ୍ରାସ କରାଯାଇଛି। ଏହାପୂର୍ବରୁ […]

You May Like

Pin It on Pinterest