ମୋର୍ବିରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣାସ୍ଥଳକୁ ଆଜି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ବାସ୍ତବବ୍ୟୁରୋ:ଗୁଜରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଟ୍ରାଜେଡ଼ି ପରେ ଆଜି ଘଟଣାସ୍ଥଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ। ତେବେ ଆଜି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିବେ।

ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟ କିଭଳି ଚାଲିଛି, ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ସେନେଇ ସମୀକ୍ଷା କରିଥିଲେ। ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ପୁଲିସ ଡିଜି ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରମୁଖ ସାମିଲ ଥିଲେ।

ସେପଟେ ଏହି ଝୁଲା ପୋଲ ଟ୍ରାଜେଡି ଘଟଣାରେ ଏଯାଏଁ ୯ ଜଣଙ୍କୁ ଗିରଫ କରାଯାଇଛି। ବ୍ରିଜ୍ ମରାମତି ଦାୟିତ୍ୱରେ ଥିବା କମ୍ପାନୀ ଓରେଭାର ଅଧିକାରୀ, ଟିକେଟ୍ ବିକ୍ରେତା ଏବଂ ସୁରକ୍ଷାକର୍ମୀଙ୍କୁ ବାନ୍ଧିଛି ପୁଲିସ। ବ୍ରିଜ୍ ମରାମତି କରୁଥିବା କମ୍ପାନୀ ଓରେଭା, ବ୍ୟାପକ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

ମୋର୍ବି ପ୍ରଶାସନ ସହ କମ୍ପାନୀ ୧୫ ବର୍ଷର ଡିଲ୍ କରିଥିଲା। ବ୍ରିଟିଶ ଅମଳର ତଥା ଶହେ ବର୍ଷ ପୁରୁଣା ଏହି ବ୍ରିଜ୍ ମରାମତି ପାଇଁ ଏକ ଛୋଟ ସଂସ୍ଥା ଦେବପ୍ରକାଶ ସଲ୍‌ଯୁସନକୁ ଦାୟିତ୍ୱ ଦେଇଥିଲା ଓରେଭା। ମରାମତି ପାଇଁ ୮ରୁ ୧୨ ମାସ ବ୍ରିଜ୍‌କୁ ବନ୍ଦ ରଖାଯିବାର ଥିଲା। ହେଲେ ଏହି ଅବଧି ପୂର୍ବରୁ ମାତ୍ର ୭ ମାସରେ ହିଁ ବ୍ରିଜକୁ କମ୍ପାନୀ ପକ୍ଷରୁ ଖୋଲି ଦିଆଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରସରକାରଙ୍କ ବଡ ନିଷ୍ଗୁପତି ଗୁଜରାଟରେ ରହୁଥିବା ବିଦେଶୀ ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା...

Tue Nov 1 , 2022
ବାସ୍ତବ ବ୍ୟୁରୋ : ଗୁଜରାଟରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଡ ନିଷ୍ପତ୍ତି । ପଡୋଶୀ ଦେଶ ଯେମିତିକି ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକଙ୍କୁ ମିଳିବ ନାଗରିକତା । ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି। ସୂଚନା ଥାଉ କି, ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ […]

You May Like

Pin It on Pinterest