ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ AAP ଆଜି ଘୋଷଣା କରିବ CM ପ୍ରାର୍ଥୀ ….

ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ,ସବୁ ଦଳର ନେତା ଓ କର୍ମୀମାନେ ସଜାଗ ହୋଇଉଠିଛନ୍ତି । ଏଥର ଗୁଜୁରାଟରେନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟି,ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ସିଏମ୍ ପ୍ରାର୍ଥୀ ଘୋଷଣା କରିବ।

ସୂଚନା ଥାଉକି, ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଗୁରୁବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ ୧୮ ଫେବୃଆରୀ ୨୦୨୩ ରେ ଶେଷ ହେଉଛି । ଆଜିର ପ୍ରରଥୀ ଘୋଷଣା ପରେ ଦେଖିବାକୁ ବାକି ରହିଲା ଆପ ର ମୁଖ୍ୟମାନ୍ତ୍ରୀ ପ୍ରାର୍ଥୀକୁ କେତେଦୂର ଗ୍ରହଣ କରୁଛନ୍ତି ଗୁଜୁରାଟବାସୀ ।ଏଥର ଗୁଜୁରାଟ ନିର୍ବାଚନ ରୋଚକ ହେବବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାମନଗର ଉପନିର୍ବାଚନ:ରବିବାର ସକାଳ ୮ଟାରୁ ୧୪ଟି ଟେବୁଲରେ ଭୋଟ୍ ଗଣତି ଆରମ୍ଭ ହେବ....

Sat Nov 5 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଅନୁଯାଇ, ଧାମନଗର ଉପନିର୍ବାଚନ ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। […]

You May Like

Pin It on Pinterest