ବିଜେପିର ନିର୍ବାଚନୀ ପ୍ରଚର ଆରମ୍ଭ ! ଆଠଦିନେ ହେବ ୫ ହଜାର ସଭା !

ବାସ୍ତବ ବ୍ୟୁରୋ: ଆଜିଠୁ ୨୦୧୯ ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ସହରାଅଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ କରିବା ସହ ବିଜୟ ସଂକଳ୍ପ ଯାତ୍ରା କରିବ । ଏଥିଲାଗି ଦଳ ମାତ୍ର ୮ଦିନ ମଧ୍ୟରେ ୫ହଜାରରୁ ଅଧିକ ସଭା କରିବ ।

ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ରଙ୍କ କହିବା ଅନୁଯାୟୀ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ଦଳର ଏହି କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ନବୀନ ସରକାର ବଦଳିବା ସହ ବିଜେପି ଭୋଯର ମାନଙ୍କୁ ଆକୃଷ୍ଠ କରିବା । ତେବେ ଏନେଇ ଆଜି ଅନୁଗୁଳରେ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ତିତଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୁଆ ମୋଡ଼ରେ ଯାଜପୁର ରାଜନୀତି ! ବବି ନେଇ ପାରନ୍ତି ସନ୍ୟାସ !

Mon Mar 11 , 2019
ବାସ୍ତବ ବ୍ୟୁରୋ:ବଦଳୁଛି ରାଜନୀତି ପାଣିପାଗ । ଯାଜପୁରର ବିଜେଡ଼ିର ସର୍ବେସର୍ବା ଅର୍ଥାତ୍ ବିରୋଧୀଙ୍କ କହିବା ଅନୁଯାୟୀ ବିଜେଡ଼ିର ଦ୍ୱିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାଶ (ବବି) ଏଥର ନିର୍ବାଚନ ନଲଢ଼ିବା ନେଇ ଚର୍ଚ୍ଚା ଜୋରଧରିଛି । ଗତକାଲି ନିର୍ବାଚନ ବିଗୁଲ ବାଜିବା ପରେ ଲୋକସଭା ସହ ବିଧାନସଭା ସିଟ୍ ଉପରେ ଆଶୟୀ ପ୍ରର୍ଥୀଙ୍କ ନଜର ରହିଥିବା ବେଳେ କିନ୍ତୁ ବବିଙ୍କ ଆଶନ କେତେ ସୁରକ୍ଷା ବୋଲି ସାଧାରଣରେ ପ୍ରଶ୍ନ […]
babi

You May Like

Pin It on Pinterest