
ଭଦ୍ରକ: ଧାମନଗରରେ ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍ରେ କଲେ ବାଜିମାତ୍। ପୁଣି ଥରେ ପଦ୍ମ ଫୁଟିଲା । ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖିଲେ ।ଯଦିଓ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ।ହେଲେ ଧାମନଗର ବାସି ବିଜେପିର ବିଜୟ ଉସଃଛବରେ ମତୁଆଲା । ଏନେଇ ସୁରଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋତେ ପୁଅ ଭାବୁଥିଲେ ଧାମନଗର ବାସୀ। ଏ ବିଜୟ ଧାମନଗରବାସୀଙ୍କର ପ୍ରାର୍ଥୀ ନୁହେଁ ପୁଅ ଭାବି ଜିତାଇଛନ୍ତି। ଯାବତୀୟ, କଳ, କୌଶଳକୁ ହଟାଇ ବିଜେପିକୁ ଜିତାଇଛନ୍ତି ଧାମନଗରବାସୀ ।
ଭୋଟ୍ ଗଣତିର ୧୮ ରାଉଣ୍ଡ ଶେଷ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି। ତେବେ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶାସକ ବିଜେଡିକୁ ଶକ୍ତ ଧକା ଦେଇଛି।
ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧାମନଗର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍ରେଜିତ ହାସଲ କରଛନ୍ତି । କିନ୍ତୁ ନିର୍ବାଚନ ଆୟୋଗଙ୍କ ଘୋଷଣା ଅପେକ୍ଷା କରିଛନ୍ତି ଧାମନଗର ବାସୀ ।