ହେତୁବାଦୀ-ପରମ୍ପରାବାଦୀ ପିଟାପିଟି:ହେତୁବାଦୀଙ୍କ‘ବିରିୟାନି’ପାର୍ଟିରେ ଖଣ୍ଡଯୁଦ୍ଧ…

ବାସ୍ତବ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନର ପରମ୍ପରା ରହିଛି। ତେବେ ଆଜି (ମଙ୍ଗଳବାର) ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ କେବଳ ବିଭିନ୍ନ ଟେଲିଭିଜିନ ଚ୍ୟାନେଲରେ ଯୁକ୍ତିତର୍କ ହେଉଥିବା ବେଳେ ଆଜି ଏହା ହିଂସାର ରୂପ ନେଇଛି। ରାଜଧାନୀ ଭୁବନେଶ୍ୱର ଓ ବ୍ରହ୍ମପୁରରୁ ଆସିଛି ଏଭଳି ଚିତ୍ର।

ସୂଚନାନୁଯାୟୀ, ଭୁବନେଶ୍ୱର ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ବିଷୟ ବସ୍ତୁ ସମାଜ ସଂସ୍କାରରେ ବିଜ୍ଞାନର ଭୂମିକା। ଏଥିରେ ସାମିଲ ହୋଇଥିଲେ ହେତୁବାଦୀ, ବାମପନ୍ଥୀ,ଡାକ୍ତର, ବିଭିନ୍ନ ସାମାଜିକ ସଂଗଠନ। ଏହା ସହିତ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା। ତେବେ ସେମାନଙ୍କର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ।ପରମ୍ପରାବାଦୀଙ୍କ ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ୍ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି।

ସମାନ ଦୃଶ୍ୟ ବ୍ରହ୍ମପୁରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେଠାରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ କରିଥିଲେ। ତେବେ ଆୟୋଜନ ସ୍ଥଳରେ ବଜରଙ୍ଗ ଦଳ କର୍ମୀ ଓ ପରମ୍ପରାବାଦୀମାନେ ପହଞ୍ଚି ବିରୋଧ କରିବା ସହ ହେତୁବାଦୀ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ । ତା’ସହିତ ଗୋବର ମାଡ଼ କରିଥିଲେ। ହେତୁବାଦୀମାନେ ଏହାକୁ ବିରୋଧ କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠି ମାଡ଼ କରିଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ହିମାଚଳର ଚମ୍ବି ମଇଦାନ ଏବଂ ସୁଜନପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି...

Wed Nov 9 , 2022
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ। ସେୟାର କରନ୍ତୁ

You May Like

Pin It on Pinterest