
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ।