
ବାସ୍ତବ ବ୍ୟୁରୋ : ରଦ୍ଧ ହେଲା ୨୦୨୨ରେ ପ୍ରକାଶ ପାଇଥିବା ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ଏଏସଓ ବିଜ୍ଞପ୍ତି । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।
ଖବର ଅନୁଯାୟୀ, OPSC ପକ୍ଷରୁ ଏଏସଓର ୭୯୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ ସପ୍ତାହରେ ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଶହ ଶହ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏନେଇ ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲେ । ଆଜି (ସୋମବାର) ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।
ତେବେ କୋର୍ଟର ଏହି ରାୟ ପରେ ଅସନ୍ତୁଷ୍ଟ ଥିବା ପ୍ରାର୍ଥୀଙ୍କ ଖୁସିର ମାହୋଲ ଦେଖିବାକୁ ମିଳିଛି ।



