ଜି-୨୦ ଶିଖର ସମ୍ମିଳନୀ: ମୋଦିଙ୍କ ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ…

ବାସ୍ତବ ବ୍ୟୁରୋ : ଆଜିଠୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ବିଶ୍ବବାସୀଙ୍କୁ ସମ୍ବୋଦ୍ଧିତ କରି ମୋଦି କହିଛନ୍ତି, ବିଶ୍ବ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ୟୁକ୍ରେନ-ଋଷ୍ ଯୁଦ୍ଧ ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ସେହିପରି ମହାମାରୀ କୋଭିଡ୍ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟ ଅର୍ଥନୀତିକୁ ପ୍ରଭାବିତ ହୋଇଛି । ଏହା ସମୟର ଦାବି, ଆମେ ବିଶ୍ବରେ ଶାନ୍ତି, ଶୃଙ୍ଖଳା ଓ ସଦ୍‌ଭାବ ବଜାୟ ରଖିବା।

ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ ମହାମାରୀ ଓ ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ବର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଅଧିକାଂଶ ଦେଶର ଜିଡିପି ତଳ ମୁହାଁ ହୋଇଛି । ୟୁକ୍ରେନ୍ ଯୁଦ୍ଧ ପାଇଁ ସାମୁଦ୍ରିକ ପଥରେ ବ୍ୟବସାୟ ପ୍ରଭାବିତ ହୋଇଛି । କୃଷ୍ଣ ସାଗରରେ ଦେଇ ୟୁରୋପ ମହାଦେଶରୁ ଅତ୍ୟାବଶ୍ୟକ ସମାଗ୍ରୀ ଆମଦାନୀ ଓ ରପ୍ତାନୀ ଠପ୍ ହୋଇଯାଇଛି । ଏହା ଯୋଗୁ ଅଧିକାଂଶ ଦେଶରେ ରୋଜଗାର ପ୍ରଭାବିତ ହୋଇଛି ।

କେବଳ ସେତିକି ସମ୍ମିଳନୀରେ ଜାତିସଂଘକୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରି ମୋଦି କହିଛନ୍ତି, ଆମକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ୟୁଏନ୍ ଭଳି ସଂସ୍ଥା ଏହି ଅର୍ଥନୈତିକ ମୁଦ୍ଦାରେ ସୁଧାର ଆଣିବାରେ ଅସଫଳ ହୋଇଛି । ବିଭିନ୍ନ ଦେଶ ମଧ୍ୟ ସଂସ୍କାର ଆଣିବାରେ ବିଫଳ ହୋଇଛନ୍ତି । ତେଣୁ ଜି-୨୦ ସମ୍ମିଳନୀ ମାଧ୍ୟମରେ ଏହି ପ୍ରସଙ୍ଗରେ ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିନକ ପାଇଁ ବଢିଲା ଐତିହାସିକ ବାଲିଯାତ୍ରା...

Tue Nov 15 , 2022
ବାସ୍ତବ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ।ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂହ । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା […]

You May Like

Pin It on Pinterest