ବାସ୍ତବ ବ୍ୟୁରୋ-କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଯଥାସମ୍ଭବ ସବୁ ପ୍ରାୟଶଃ କରୁଛନ୍ତି, ତେବେ ତାଲାବନ୍ଦ ସମୟରେ ଲୋକମାନେ କଭଳି ଡାକ୍ତରୀ ସେବା ଘରେ ପାଇପାରିବେ ସେନେଇ ସରକାର ଆଣିଛନ୍ତି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ।
ଲୋକଙ୍କୁ ଫୋନରେ ମିଳିବ ଡାକ୍ତରୀ ସେବା । ରାଜ୍ୟ ସରକାର ଜାରି କରିଥିବା ଆଉ ଏକ ନୂଆ ହେଲ୍ପଲାଇନ୍ ନମ୍ବର-୧୪୪୧୦କୁ କଲ୍ କରି ଘରେ ବସି ପାଇପାରିବେ ସେବା । ଆସନ୍ତାକାଲି (ବୁଧବାର) ଠାରୁ ଟେଲିମେଡିସିନ୍ ହେଲ୍ପଲାଇନ ନମ୍ବରକୁ କାର୍ଯ୍ୟକାରୀ କରିବେ । ଲୋକେ ଘରେ ଥାଇ ହେଲ୍ପଲାଇନ ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ । ଏଥି ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ । ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର । କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି, ରାଜ୍ୟ ସରକାର ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦ ଖୁବ ଶୀଘ୍ର ଜାରି ହେବାକୁ କରବାକୁ ଯାଉଛନ୍ତି । ଟେଲିମେଡିସିନ ହେଲ୍ପଲାଇନରେ ଆଇଭିଆରଏସ ସିଷ୍ଟମ ବ୍ୟବସ୍ଥା ଅଛି । ଏହାରି ମାଧ୍ୟମରେ ଟେଲିମେଡିସିନ ପାଇଁ ନିଯୁକ୍ତ ହୋଇଥିବା ୩୦୦ ଡାକ୍ତର ଯୋଡ଼ି ହୋଇଯିବେ । ଲୋକେ ଏହି ଟେଲିମେଡିସିନ ହେଲ୍ପଲାଇନକୁ ଫୋନ କରି ଉପକୃତ ହେବେ ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୩୦୦ ଅଭିଜ୍ଞ ଡାକ୍ତର ଏହି ହେଲ୍ପଲାଇନ୍ ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି । କଫ, ଜ୍ୱର କିମ୍ବା ଶ୍ୱାସ କ୍ରିୟାରେ ସମସ୍ୟା ହେଲେ ଏହି ନୂଆ ହେଲ୍ପଲାଇନ ନମ୍ବର- ୧୪୪୧୦କୁ କଲ୍ କରି ଟେକନୋଲୋଜି ସହାୟତାରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ପୂର୍ବରୁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଜାରି କରାଯାଇଥିବା ଗାଇଡ୍ ଲାଇନ୍ ଅନୁସାରେ କରୋନା ଭୂତାଣୁର ଲକ୍ଷଣ ଜାଣିବା ପାଇଁ ଫୋନ୍ ଯେଗେ ଲୋକଙ୍କୁ ମେଡିସିନ୍ ପରାମର୍ଶ ଦେବାକୁ କୁହାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ଏହି ହେଲ୍ପଲାଇନ୍ କାର୍ଯ୍ୟକାରୀ କରିବେ । ସେପେଟ ଜନତାଙ୍କୁ ସେବା ଯୋଗାଇବା ପାଇଁ ଡାକ୍ତରଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଅଭିଜ୍ଞ ଡାକ୍ତାରମାନେ www.bit.iy/Indiatelemed ଅନଲାଇନରେ ମଧ୍ୟ ଆପଣ ଘରେ ଥାଇ ପଂଜିକରଣ କରିପାରିବେ ।


