ଏଣିକି ଘରେ ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଅନୁମତି…

ବାସ୍ତବ ବ୍ୟୁରୋ : ରାଜଧାନୀ ରେ ଏଣିକି ଘରେ ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଗଣମାଧ୍ୟମକୁ ଦେଇ କହିଛନ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍‌ ଆନିମଲ ଗାଇଡଲାଇନ୍ସ ।

ବିଏମସି କମିଶନରଙ୍କ କହିବା ଅନୁଯାୟୀ, ପେଟ୍‌ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି କି ନାହିଁ ସେ ନେଇ ତଦାରଖ କରାଯିବ। ଏଥିସହ ଡାକ୍ତର ପରାମର୍ଶ ନେଇ ପେଟ୍ ଆନିମଲ୍‌ ରଖିବାକୁ ଅନୁମତି ମିଳିବ। ପେଟ୍‌ ଯେମିତି ଅନ୍ୟଙ୍କୁ କ୍ଷତି ନ ପହଞ୍ଚାଇବ, ସେଥିପାଇଁ ଅଣ୍ଡରଟେକିଙ୍ଗ ଲେଖି ଦେବାକୁ ପଡିବ ।

ସୂଚନାଥାଉକି, ଭୁବନେଶ୍ୱର ଇନ୍‌ଫୋସିଟି ଥାନା ତପସ୍ୱିନୀ କଲୋନୀରେ ନଭେମ୍ବର ୬ ତାରିଖରେ ଜଣେ ୮ ବର୍ଷର ପିଲା ସାଇକେଲ ଚଳାଉଥିବା ସମୟରେ ଜଣଙ୍କ ବିଦେଶୀ ପୋଷା କୁକୁର ତାକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲା। କୁକୁର ଆକ୍ରମଣରେ ଗୁରୁତର ଅସୁସ୍ଥ ଥିବା ପିଲାଟି ଏବେ ଆଇସିୟୁରେ ରହିଛି। ଏହାକୁ ନେଇ କଲୋନୀରେ ଉତ୍ତେଜନା ପ୍ରକାଶ ପାଇଥିଲା। କଥା ଥାନାରେ ପହଞ୍ଚିବାରୁ ଉକ୍ତ କୁକୁରକୁ କଲୋନୀରୁ ବିଦା କରିବା ପାଇଁ ଲୋକେ ଦାବି କରିଥିଲେ। ବହୁ ବାକ୍‌ଯୁଦ୍ଧ ପରେ କୁକୁରକୁ କଲୋନୀରୁ ବାହାର କରାଯାଇଥିଲା। ଏହି ଘଟଣା ପରେ ବିଏମ୍‌ସି ତତ୍ପର ହୋଇ ଉଠିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫୁଲବାଣୀରେ ବଢିଲା ଶୀତ ଜନଜୀବନ ଅସ୍ତବ୍ୟସ୍ତ...

Sat Nov 19 , 2022
ପରମାନନ୍ଦ କହଁର (ଫୁଲବାଣୀ):ଫୁଲବାଣୀ ଜିଲ୍ଲା ସବୁ ଜିଲ୍ଲା ଠାରୁ ଟିକେ ନିଆରା । ଏହି କ୍ରମରେ ଫୁଲବାଣୀ ଜିଲ୍ଲାର ଶୀତ ବି ନିଆରା । ଏବର୍ଷ ମଧ୍ୟ ଫୁଲବାଣୀରେ ମଧ୍ୟ ହାଡଭଙ୍ଗା ଶୀତ ପଡିବା ଆରମ୍ଭ ହୋଇଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହିତ ଦାରିଙ୍ଗବାଡି, ବାଲିଗୁଡା, ଖଜୁରିପଡା, ଜି ଉଦୟଗିରି ଓ ଅନ୍ୟାନ୍ୟ ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରତି ବର୍ଷ ତୁଳନାରେ ଚଳିତ […]

You May Like

Pin It on Pinterest