
ସଂଜୟ ଶତପଥୀ(କଟକ): ୨୦/୧୧-ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆଜି (ରବିବାର) ଦିନ ନେହେରୁ ନୋଡାଲ ବିଦ୍ୟାଳୟ, ନୂଆ ବଜାର, କଟକ ଠାରେ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୨୭ ତାରିଖ ଠାରୁ ଭୁବନେଶ୍ଵରର PMG ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବ୍ଲକ ସଭାପତି ଉମାକାନ୍ତ ବେହେରା ଓ ସଂପାଦକ ସୁବାସ ଶତପଥୀ ଓ ଜିଲ୍ଲା ସଭାପତି ଶଙ୍କର୍ଷଣ ବେହେରା, ରାଜକିଶୋର ସାହୁ , ମାଧବାନନ୍ଦ ଦାସ, ଶଙ୍କର ସ୍ବାଇଁ, ବାସୁଦେବ ନାୟକ, ପ୍ରଭାତ ଜେନା, ଅନାଥ ବେହେରା, ରକିବ ମହମ୍ମଦ,ସାଜିଦ୍ ଅଲ୍ଲୀ ଖାନ୍ , ସନାତନ ବେହେରା, ସେକ୍ ସିରାଜଉଦ୍ଦୁଲ୍ଲା , କାଶିଫୁଲ ଇସଲାମ, ଶରତ ଚନ୍ଦ୍ର ଦାସ, ବିରଞ୍ଚି ବେହେରା, ସଙ୍ଗୀତା ଦାସ, ଭାରତୀ ପଦ୍ମଜା ମହାନ୍ତି, ସନ୍ତୋଷ କୁମାର ପ୍ରଧାନ,ଅଞ୍ଜନ ସେଠୀ, ଆରତ ଭଞ୍ଜନ ସାହୁ , ଅଜିତ୍ ସେନାପତି, ବିରଜା ମିଶ୍ର, ଆଗା ଅଜମତ୍, ରବି ନାରାୟଣ ମହାନ୍ତି ପ୍ରମୁଖ ଙ୍କ ସହ ୬୦୦ରୁ ଉର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।
ଆସନ୍ତା ୭ଦିନ ମଧ୍ୟ ରେ ୩ଦଫା ଦାବିକୁ ସରକାର ମାନି ନ ନେଲେ ସମଗ୍ର ଓଡ଼ିଶାର ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ସହିତ କଟକ ଜିଲ୍ଲା ର ୧୩ବ୍ଲକ ଏବଂ କଟକ ସଦର ଓ କଟକ ମହାନଗରନିଗମ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସବୁ ପ୍ରାଥମିକ ଶିକ୍ଷକ ଭୁବନେଶ୍ଵର ବିଧାନ ସଭା ସମ୍ମୁଖ PMG ରାଜରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଓ ବିକ୍ଷୋଭ ଚାଲୁରହିବ ।



