
ବାସ୍ତବ ବ୍ୟୁରୋ : ଆଜି (ବୁଧବାର) ସି.ଭି. ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲ୍କାତା ସ୍ଥିତ ରାଜଭବନରେ କାଲ୍କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି।
ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
୧୯୭୭ ବ୍ୟାଚ୍ ‘ଭାରତୀୟ ପ୍ରଶାସନିକ ସେବା’ର ପୂର୍ବତନ ଅଧିକାରୀ ବୋଷ ଭାରତ ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କର ସଚିବ ଓ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି।
ଜୁଲାଇ ୧୮ ତାରିଖରେ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଯିବା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ। ଆଜି ବୋଷ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।