ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ସେନା ମୁଖ୍ୟ…

ବାସ୍ତବ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ । ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସୁପାରିଶ କରାଯାଇଛି।

ସୂଚନାନୁଯାୟୀ, ପୂର୍ବ ଆର୍ମି ଚିଫ୍‌ କମର ଜାବେଦ ବାଜୱା ୨୦୧୬ରେ ଏହି ପଦ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୯ ନଭେମ୍ବର ୨୯ ତାରିଖରେ ଶେଷ ହୋଇ ଯାଇଥିଲା। ହେଲେ ଏହାପରେ ୩ ବର୍ଷ ପାଇଁ ପୁଣି ଥରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଥିଲା। ଆସନ୍ତା ୨୯ ତାରିଖରେ ୬୧ ବର୍ଷୀୟ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହେବ। ତାଙ୍କ ସ୍ଥାନରେ ନୂଆ ଆର୍ମି ଚିଫଙ୍କ ନାମ ଘୋଷଣା କରାଯାଇଛି।

ଜେନେରାଲ ମୁନିରଙ୍କ ବ୍ୟତୀତ ଲେଫଟ୍‌ନାଣ୍ଟ ଜେନେରାଲ ସାହିର ଶାମଶାଦ ମିର୍ଜାଙ୍କୁ ଯୁଗ୍ମ ମୁଖ୍ୟ ଭାବେ ଷ୍ଟାଫ୍ କମିଟି (ସିଜେସିଏସ୍ସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ଏହା ସହିତ ଜଡ଼ିତ ବିବରଣୀ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି। ଉଭୟ ଲେଫ୍‌ଟନାଣ୍ଟ ଜେନେରାଲ ମୁନିର ଓ ମିର୍ଜାଙ୍କୁ ଜେନେରାଲ୍‌ ପଦକୁ ପଦୋନ୍ନତି ଦିଆଯାଇଛି।

ମୁନିର ବର୍ତ୍ତମାନ ଆସନ୍ତା ତିନି ବର୍ଷ ପାଇଁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିବେ। ପାକିସ୍ତାନରେ ସେନା ନିଯୁକ୍ତି, ପୋଷ୍ଟିଂ, ସ୍ଥାନାନ୍ତର ଆଦି ପ୍ରମୁଖ କ୍ଷମତା ଆର୍ମି ଚିଫ୍‌ଙ୍କ ନିକଟରେ ଥାଏ। ତେଣୁ ଉକ୍ତ ପଦକୁ ଦେଶର ସବୁଠୁ ଶକ୍ତିଶାଳୀ ପଦ ବୋଲି ବିବେଚନା କରାଯାଏ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପରିବାରର କୌଣସି ପୁରୁଷଙ୍କ ବିନା ମହିଳାଙ୍କୁ ଜାମା ମସ୍‌ଜିଦ୍‌କୁ ପ୍ରବେଶ ମନା....

Thu Nov 24 , 2022
ବାସ୍ତବ ବ୍ୟୁରୋ : ବିନା ପୁରୁଷରେ ଜାମା ମସ୍‌ଜିଦ୍‌ରେ ପ୍ରବେଶ କରିପାରିବେନି ମହିଳା । ଜାମା ମସ୍‌ଜିଦ୍‌ ମସ୍କ ମ୍ୟାନେଜ୍‌ମେଣ୍ଟ୍‌ କମିଟି ମସ୍‌ଜିଦ୍‌ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ […]

You May Like

Pin It on Pinterest