ପରିବାରର କୌଣସି ପୁରୁଷଙ୍କ ବିନା ମହିଳାଙ୍କୁ ଜାମା ମସ୍‌ଜିଦ୍‌କୁ ପ୍ରବେଶ ମନା….

ବାସ୍ତବ ବ୍ୟୁରୋ : ବିନା ପୁରୁଷରେ ଜାମା ମସ୍‌ଜିଦ୍‌ରେ ପ୍ରବେଶ କରିପାରିବେନି ମହିଳା । ଜାମା ମସ୍‌ଜିଦ୍‌ ମସ୍କ ମ୍ୟାନେଜ୍‌ମେଣ୍ଟ୍‌ କମିଟି ମସ୍‌ଜିଦ୍‌ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ କରାଯାଇଛି ।

ଏନେଇ ମସ୍‌ଜିଦ୍‌ ଗେଟ୍‌ ବାହାରେ ଏକ ନୋଟିସ୍ ଲଗାଯାଇଛି। ଗତ କିଛିଦିନ ହେଲା ଏଭଳି ନୋଟିସ୍ ଲାଗିବା ପରେ ମମଲା ଦିଲ୍ଲୀ ମହିଳା କମିଶନ ପାଖରେ ପହଞ୍ଚିଛି। ଏନେଇ ଖୁବ୍‌ଶୀଘ୍ର ମସ୍‌ଜିଦ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯିବ। ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ କହିଛନ୍ତି, ମହିଳାଙ୍କ ଉପରେ ଏଭଳି ବ୍ୟାନ୍ ଲଗାଇବା କାହାରି ଅଧିକାର ନାହିଁ ।  

ଅନ୍ୟପଟେ ମସ୍‌ଜିଦ୍‌ ଲୋକସମ୍ପର୍କ ଅଫିସର ସବିଉଲ୍ଲା ଖାନଙ୍କ କହିବା ଅନୁଯାଇ ନମାଜ ସମୟରେ ଭିଡିଓ ଶୁଟ୍ କରାଯାଉଥିବାରୁ ଅନ୍ୟମାନଙ୍କୁ ନମାଜ ପଢ଼ିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ମହିଳାଙ୍କୁ ସୋସିଆଲ୍‌ ମିଡିଆ ପାଇଁ ଭିଡିଓ ଶୁଟ୍ କରିବାକୁ ରୋକିବାକୁ ଏମିତି ନିଷ୍ପତ୍ତି ନିଆଯାଇଛି । ତେବେ ପରିବାର ଓ ବିବାହିତଙ୍କ ପାଇଁ କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି।  

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସରକାରୀ କର୍ମଚାରୀ ଦାବିରେ ଅଙ୍ଗନୱାଡି କର୍ମଚାରୀଙ୍କ ରାଜ୍ୟ ବ୍ୟାପୀ ଆନ୍ଦୋଳନ

Thu Nov 24 , 2022
ସେୟାର କରନ୍ତୁ

You May Like

Pin It on Pinterest