ବାସ୍ତବ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ଆପ୍-କଂଗ୍ରେସ-ବିଜେପି ତିନି ଦଳ ଚଳାଇଛନ୍ତି ଜୋର୍ସୋର୍ରେ ନିର୍ବାଚନୀ ପ୍ରଚାର । ଏହାରି ଭିତରେ ଆଜି(ଶନିବାର) ଗୁଜୁରାଟ ପାଇଁ ନିର୍ବାଚନ ଇସ୍ତାହାର ଜାରି କରିଛି ବିଜେପି। ଦଳ ସଭାପତି ଜେପି ନଡ୍ଡା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଇସ୍ତାହାର ଜାରି କରାଯାଇଛି। ଏଥର ବିଜେପି ସରକାର ୨୦ ଲକ୍ଷ ନିଯୁକ୍ତି ଦେବା ନେଇ ଘୋଷଣା କରିଛି।
ଆସନ୍ତା ୫ ବର୍ଷରେ ଏହି ନିଯୁକ୍ତି ଦେବେ ବୋଲି ବିଜେପି ନିର୍ବାଚନୀ ଘୋଷଣା କରିଛି। କେବଳ ସେତିକି ନୁହେଁ ପ୍ରତ୍ୟେକ ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷା, ଚରମପନ୍ଥୀ ନିରୋଧ (ଆଣ୍ଟି ରେଡିକୁଲେସନ୍) ଗଠନ ଆଦି ଏକାଧିକ ପ୍ରତିଶ୍ରୁତି ଦେଇଛି ଦଳ।
ଇସ୍ତାହାର ପତ୍ର ଘୋଷଣା କାର୍ଯ୍ୟକ୍ରମରେ ଜେପି ନଡ୍ଡା କହିଛନ୍ତି “ଆଶଙ୍କାୟିତ ବିପଦ, ଆତଙ୍କବାଦୀ ସଂଗଠନ ଓ ଭାରତ ବିରୋଧୀ ତତ୍ୱଙ୍କୁ ଖୋଜି ବାହାର କରି ନଷ୍ଟ କରିବାକୁ ଆମେ ଚରମପନ୍ଥୀ ନିରୋଧ ଟିମ୍ ଗଠନ କରିବୁ। ସମାନ ନାଗରିକ ସଂହିତା ଲାଗୁ କରିବାକୁ କମିଟିର ଆବେଦନରୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବୁ। ଏଥିସହିତ ଦଙ୍ଗାରେ ସାଧାରଣ ସମ୍ପତ୍ତି ଓ ଘରୋଇ ସମ୍ପତ୍ତି ନଷ୍ଟ କରିବା ବିରୋଧରେ ଏକ ଆଇନ ଆଣିବା ସହିତ ଆକ୍ରମଣାକାରୀଙ୍କୁ ଠାରୁ ଏହାର ଆଦାୟ କରାଯିବ। ବିଦେଶୀ ନିବେଶ ସହିତ ଗୁଜୁରାଟକୁ ୧ ଟ୍ରିଲିୟନ ଅର୍ଥନୀତିର ସମ୍ପନ ରାଜ୍ୟରେ ପରିଣତ କରାଯିବ ।”
ସୂଚନାନୁଯାୟୀ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ଡିସେମ୍ବର ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହିତ ଗୁଜାରଟର ବି ନିର୍ବାଚନ ଫଳାଫଳ ଘୋଷଣା ହେବା ।
ଗୁଜୁରାଟ ପାଇଁ ବିଜେପିର ଇସ୍ତାହାରର ରହିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା-
୧. ଆସନ୍ତା ୫ ବର୍ଷରେ ଗୁଜୁରାଟ ଯୁବକଙ୍କ ପାଇଁ ୨୦ ଲକ୍ଷ ନିଯୁକ୍ତି।
୨. ଆସନ୍ତା ୫ ବର୍ଷରେ ମହିଳାଙ୍କ ପାଇଁ ୧ ଲକ୍ଷ ସରକାରୀ ଚାକିରି।
୩. କେଜିରୁ ପିଜି ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଓ ଗୁଣବତ୍ତାଯୁକ୍ତି ଶିକ୍ଷାଦାନ
୪. ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଆଣ୍ଟି ରେଡିଲାଇଜେସନ ସେଲ୍ ଗଠନ।
୫. ଗୁଜୁରାଟରେ ବୟସ୍କା ମହିଳାଙ୍କ ପାଇଁ ମାଗଣା ବସ୍ ସେବା ।
୬. କୃଷି ନିର୍ମାଣ ପାଇଁ ୧୦ କୋଟି।
୭. ଗୁଜୁରାଟକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା।
୮. ଜଳସେଚନ ସୁବିଧା ପାଇଁ ୨୫,୦୦୦ କୋଟି।
୯. ଦକ୍ଷିଣ ଗୁଜୁରାଟ ଓ ସୌରାଷ୍ଟ୍ରରେ ଦୁଇଟି ସିଫୁଡ ପାର୍କ(ସମୂଦ୍ର ଖାଦ୍ୟ ଉପଲବ୍ଦ ଥିବା ପାର୍କ)
୧୦. ପ୍ରଥମ ବ୍ଲୁ ଇକୋନୋମି ଇଣ୍ଡଷ୍ଟ୍ରିୟାଲ କରିଡର।
୧୧.୧୧୦ କୋଟି ବଜେଟ ସହତି ମାଗଣା ମୁଖ୍ୟମନ୍ତ୍ରୀ ନିଦାନ ଯୋଜନା
୧୨. ଗୁଜକୁ ପଶ୍ଚିମ ଭାରତର ବୃହତ ଧାର୍ମିକ କେନ୍ଦ୍ରରେ ପରିଣତ କରିବା ପାଇଁ ଦେବଭୂମି ଦ୍ୱାରିକା କରିଡର ନିର୍ମାଣ।
୧୩. ପୁରୁଣା ମନ୍ଦିର ମରାମତି ଓ ପ୍ରଚାର ପାଇଁ ୧୦୦୦ କୋଟି ଟଙ୍କା।



