ମହିଳାମାନେ କିଛି ନ ପିନ୍ଧିଲେ ସୁନ୍ଦର ଦେଖାଯାନ୍ତି : ବାବା ରାମଦେବ

ବାସ୍ତବ ବ୍ୟୁରୋ: ବାବା ରାମଦେବ ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ପୁଣି ବିବାଦରେ ଫସିଛନ୍ତି। ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି। ଏପରିକି ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଉଛି।

ସୂଚନାନୁଯାୟୀ, ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷକା ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି। ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି।’

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପତ୍ନୀ ଅମୃତା ଫଡନାବିସ୍ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ।

ରାମଦେବ ମହିଳାଙ୍କୁ ନେଇ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ୱାତୀ ମଲିୱାଲ ଏହି ଭିଡିଓକୁ ଶେୟାର କରିବା ସହ ବାବା ରାମଦେବଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି। ରାମଦେବ ମହିଳାଙ୍କୁ ଅପମାନିତ କରିଛନ୍ତି । ସେ ଦେଶର ସବୁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ଶ୍ୱାତୀ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ...

Sun Nov 27 , 2022
ସଂଜୟଶତପଥୀ(କଟକ): ୨୭/୧୧- ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ। ସମନ୍ବୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ […]

You May Like

Pin It on Pinterest