ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଗୁଜରାଟ ନିର୍ବାଚନୀ ରାଲିରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ଉପରେ ପଥର ମାଡ଼ ହୋଇଛି। କେଜରିୱାଲ୍ ସୁରତରେ ରୋଡ୍ ଶୋ କରୁଥିବା ବେଳେ ଦୁର୍ବୃତ୍ତମାନ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ।
ସୂଚନା ଦେଇ ଆପ୍ ପ୍ରାର୍ଥୀ ଅଳ୍ପେଶ କଥିରିୟା ବିଜେପିକୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି କି, ବିଜେପିର ଗୁଣ୍ଡାମାନେ ପଥର ମାଡ଼ କରିଛନ୍ତି । ଲୋକମାନେ କେଜରିୱାଲ୍ଙ୍କୁ ଫୁଲ୍ ଦେଇ ସ୍ୱାଗତ କରୁଥିବା ବେଳେ ବିଜେପି ଗୁଣ୍ଡାମାନେ ପଥର ମାଡ଼ କରିଛନ୍ତି।
ସେହିପରି ଆକ୍ରମଣକୁ ନେଇ କେଜରିୱାଲ୍ କହିଛନ୍ତି ” ସେମାନେ ମୋ ଆଖି ଫୁଟାଇ ଦେବାକୁ ଚାହୁଁଛନ୍ତି। ମୁଁ କିଛି ଭୁଲ୍ କରିଛି କି ? ମୁଁ ଏହା କହିଛି ଯେ ମୁଁ ସ୍କୁଲ୍ ଓ ହସ୍ପିଟାଲ୍ ବନାଇଛି। ତୁମେ କଣ କରିଛି କାମ ଦେଖାଅ? ଏମିତି ଦୁର୍ବ୍ୟବହାର କର ନାହଁ।” ସେହିପରି ଏହା ପୂର୍ବରୁ ଗୁଜୁରାଟରେ ଆପ୍ର ଜନସଭା ବେଳେ ପଥର ମାଡ଼ ହୋଇଥିବା ଆପ୍ ଅଭିଯୋଗ କରିଥିଲା। ଏବେ ରାଲି ଉପରେ ବି ପଥର ମାଡ଼ ହୋଇଛି। ଦୁଇଟିଯାକ ଘଟଣାରେ ଆପ୍ ବିଜେପିକୁ ଦାୟୀ କରିଛି।



