ମେକ୍ ଇନ ଓଡ଼ିଶା କନକ୍ଲେଭ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି -ଡିସିପି ପ୍ରତୀକ ସିଂ…

ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ ଓ ଟ୍ରାଫିକ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ହୋଇଛି।

୧୦ପ୍ଲାଟୁନ ପୁଲିସ ଫୋର୍ସ ଓ ୨୧୩ ପୁଲିସ ଅଧିକାରୀ ଏହି ଦାୟିତ୍ଵରେ ରହିବେ। ପୁଲିସ ଫୋର୍ସ ଦୁଇଟି ସିଫ୍ଟରେ ରାଜଧାନୀକୁ ଜଗିବେ।ଓ ଆର, ଏପିଆରକୁ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।ସୁରକ୍ଷା ବ୍ୟବସ୍ଥା ଲାଗି ଜଣେ ଏସପି, ୧୨ ଅତିରିକ୍ତ ଡିସିପି ୩ ଜଣ ଇନ୍ସପେକ୍ଟର ୨୧, ଏସ.ଆଇ ଓ ୪୭ ଜଣ ଏ.ଏସ.ଆଇ ମୁତୟନ କରାଯାଇଛି ।
ଶ୍ରୀ ସିଂ ଆହୁରି ସୂଚନା ଦେଇ କହିଛନ୍ତି ଯେ, ସ୍ବସ୍ତି ହୋଟେଲ ଲେନରେ ଭିଭିଆଇପି ଓ ଭିଆଇପି,ଗେଟ୍ ୩ରେ ଗଣମାଧ୍ୟମ ଓ ଗେଟ୍ ୪ ରେ ସାଧାରଣ ଲୋକେ ପ୍ରବେଶ କରିପାରିବେ। ସାଧାରଣ ଲୋକ କେବଳ ୪ ତାରିଖ ସନ୍ଧ୍ୟାରେ ଜନତା ମଇଦାନରେ ଆସି ବୁଲିପାରିବେ। ଅନ୍ୟମାନେ କାର ପାସ ଓ ନିମନ୍ତ୍ରଣ ପତ୍ର ଦେଖାଇ ମିଟିଂରେ ପ୍ରବେଶକରିବାର ବ୍ୟବସ୍ଥା କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡିସେମ୍ୱର ୧ରେ ଲଞ୍ଚ ହେବ ଭାରତର ଖୁଚୁରା ଡିଜିଟାଲ ଟଙ୍କା(e₹-R) : RBI

Tue Nov 29 , 2022
ବାସ୍ତବ ବ୍ୟୁରୋ: ଆଜି(ମଙ୍ଗଳବାର) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) କରିଛି ଏକ ବଡ଼ ଘୋଷଣା । ଘୋଷଣା ଅନୁଯାୟୀ, ଡିସେମ୍ୱର ୧ରୁ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ ହେବ । e₹-R ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ବର୍ତ୍ତମାନ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା […]

You May Like

Pin It on Pinterest