ପୁଣି ବଢ଼ିଲା ହାଇ ସିକ୍ୟୁରିଟିନମ୍ୱର ପ୍ଲେଟ୍‌ ଅବଧି

ବାସ୍ତବ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଛି ଆଶ୍ୱସ୍ତି ।

ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ପାଇଁ ବୁକିଂ ହୋଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର । ସେହିପରି ଅନ୍ୟ ନମ୍ବର ବିଶିଷ୍ଟ ଗାଡ଼ିର ଅବଧି ବି ବଢ଼ିବ ବୋଲି ଜଣାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୭ଟି ପ୍ରସ୍ତାବରେ କ୍ୟାବିନେଟର ମୋହର

Wed Nov 30 , 2022
ବାସ୍ତବ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି (ବୁଧବାର)ଠାରୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆରମ୍ଭ ହେଉଥିବା ବେଳେ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ନୀତିଗତ ନିଷ୍ପତ୍ତି ଏହି କ୍ୟାବିନେଟ ବୈଠକରେ ନିଆଯାଇଛି। ଏବେ ବିଧାନସଭା ଚାଲିଥିବାରୁ ସରକାର ଏ ନେଇ ଗତକାଲି କିଛି ସୂଚନା ଦେଇ […]

You May Like

Pin It on Pinterest