ଭୁବନେଶ୍ବରରେ ନିର୍ମାଣ ହେବ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବାସ୍ତବ ବ୍ୟୁରୋ: ମେହେର ସମାଜର ଅନୁରୋଧ ରକ୍ଷା କରି ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ବଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ।

ମେହେର ସମାଜ ପକ୍ଷରୁ ସୂଚନାନୁଯାୟୀ, ଏହାଦ୍ବାରା ଦୂରଦୂରାନ୍ତରରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨-ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ,ଜାଡେଜାଙ୍କ ପତ୍ନୀ ରିବାବା ଏବଂ AAP ର ଗୋପାଳ ଇଟାଲୀୟାଙ୍କର ଭାଗ୍ୟ ପରୀକ୍ଷା...

Thu Dec 1 , 2022
ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଆଜି ଅନୁଷ୍ଠିତ ହେବ। ଦକ୍ଷିଣ ଗୁଜୁରାଟ ଏବଂ କଛ -ସ୍ଵରାଷ୍ଟ୍ରର ୧୯ ଟି ଜିଲ୍ଲାର ୮୯ ଟି ଆସନ ପାଇଁ ୭୮୮ ଜଣ ପ୍ରାର୍ଥୀ ଲଢୁଛନ୍ତି। ରାଜ୍ୟ ପାରମ୍ପାରିକ ଭାବରେ ଶାସକ ଭାରତୀୟ ଜନତା ପାର୍ଟି, କଂଗ୍ରେସ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଆସୁଛି, କିନ୍ତୁ ଏଥର ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ରୂପରେ ତୃତୀୟ ଦଳ ଅଛନ୍ତି, […]

You May Like

Pin It on Pinterest