ରାଜଶ୍ରୀର ମନୋଜ୍ଞ ଆଭାସୀ ଆଲୋଚନା ଚକ୍ର, କବିତା ପାଠ ଏବଂ ଇପତ୍ରିକା ” ରାଜଶ୍ରୀ ” ଉନ୍ମୋଚନ…

 ଜୟନ୍ତ ଶତପଥୀ:(କେନ୍ଦ୍ରାପଡ଼ା)ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ଆଜି ତା ୩୦ / ୧୧ /୨୦୨୨ ରିଖ ବୁଧବାର ସଂଧ୍ୟା ଘ ୭ ଟିକା ସମୟରେ ଆଭାଷୀ ବୈଠକ ( Virtual Meet )ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

 ଆଗାମୀ ବାର୍ଷିକ ଉତ୍ସବର ଅବ୍ୟବହିତରୁ  ପ୍ରାୟୋଜିତ ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ରାଜଶ୍ରୀ"ଇ"ପତ୍ରିକାର ନଭେମ୍ବର ମାସ ସଂଖ୍ୟା  ବିଶେଷାଙ୍କ"ରାଜଶ୍ରୀ"କୁ ବିଶିଷ୍ଟ ନାଟ୍ୟକାର ଡକ୍ଟର ଅଲେଖ ପ୍ରସାଦ ମହାରଣା  ଉନ୍ମୋଚନ କରିଥିଲେ । ଇ ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ସଂଯୋଜିକା କବି ସୁପ୍ରିୟା ସାହୁଙ୍କ ଅଳଙ୍କରଣରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା।

 ସୁନାମଧନ୍ୟ ଭାଷ୍ୟକାର ଅନାଦି ଚରଣ ମାହାଳି ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ଶ୍ରମିକ ନେତା ଫକୀର ଚରଣ ଖଟୁଆ,କବି ପ୍ରକାଶ କୁମାର ମିଶ୍ର ପ୍ରମୂଖ"ଜୀବନ ନିର୍ମାଣ ହିଁ ସାହିତ୍ୟର ସାଧନା"ଉପରେ ଆଲୋଚନା କରିବା ସହିତ ଇପତ୍ରିକାର  ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏବଂ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ପରିଚାଳିତ ସଭାରେ ସହ ସମ୍ପାଦିକା କବି ସୁପ୍ରିୟା ସାହୁ  ଜଗନ୍ନାଥ ଭଜନ ପରିବେଷଣ,କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଶ୍ରୀ ବରାଳ ସ୍ଵାଗତ ଭାଷଣ ଏବଂ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ରଥ ପତ୍ରିକାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ରାଜ୍ୟ ସଂଯୋଜକ କବି ନଗେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
 
ଇତ୍ୟବସରରେ କବି ବନଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ସର୍ବଶ୍ରୀ କବି ସୁରେଶ ଚନ୍ଦ୍ର ରଥ,କବି ଅକ୍ଷୟ କୁମାର ମହାନ୍ତି ନିର୍ମାଲ୍ୟ,ଭାଷ୍ୟକାର ଅନାଦି ଚରଣ ମାହାଳି ,କବି ଡକ୍ଟର ରମାକାନ୍ତ ନାୟକ,କବି ନିରୂପମା ପାଣି,କବି ଦ୍ଵାରିକାନାଥ ଦାସ,କବି ସୁଜିତ କୁମାର ପଣ୍ଡା,କବି ବନଲକ୍ଷ୍ମୀ ମହାନ୍ତି,କବି ବିବାସିନୀ ପଟ୍ଟନାୟକ, କବି ବୀଣାପାଣି ଚୌଧୁରୀ,କବି ମଞ୍ଜୁଶ୍ରୀ ବରାଳ,କବି ରଞ୍ଜନ କୁମାର ଦଳାଇ,କବି ରୀତା ଅପରାଜିତା ମହାନ୍ତି,ଗୀତିକାର ଗୀତାଞ୍ଜଳିସାହୁ,    ପ୍ରମୂଖ ସ୍ଵରଚିତ କବିତା ପାଠ କରିଥିଲେ । 

       
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ଉନ୍ମୋଚନ ହେଲା ଶିଳ୍ପ ନୀତି ୨୦୨୨

Thu Dec 1 , 2022
ବାସ୍ତବ ବ୍ୟୁରୋ: ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ଉନ୍ମୋଚନ ହେଲା ନୂଆ ଶିଳ୍ପ ନୀତି ୨୦୨୨ । ଏହାକୁ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଶିଳ୍ପ ନୀତି ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ କହିଛନ୍ତି ଆଜି ଠାରୁ କାର୍ଯ୍ୟକ୍ଷମ ହେଲା ଶିଳ୍ପ ନୀତି ୨୦୨୨ । ଯେଉଁଥିରେ ପ୍ରାୟୋରିଟି ଓ ଥ୍ରଷ୍ଟ ଭଳି ଦୁଇଟି ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ଯେଉଁ କ୍ଷତ୍ରରେ ୨୦୦ରୁ […]

You May Like

Pin It on Pinterest