ପଶ୍ଚିମବଙ୍ଗରେ ଟିଏମ୍‌ସି-ବିଜେପି କର୍ମୀଙ୍କ ମଧ୍ୟରେ ହିଂସା, ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ….

ବାସ୍ତବ ବ୍ୟୁରୋ : ଆଜି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ଜିଲ୍ଲାର ହୋତୁଗଞ୍ଜ ଅଞ୍ଚଳରେ ବିଜେପି ଓ ଟିଏମ୍‌ସି କର୍ମୀମାନେ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଡାଇମଣ୍ଡ ହାରବର ଠାରେ ରାଲି କରୁଥିଲେ। ଏହି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଘଟଣାରେ ଟିଏମ୍‌ସି ଅଫିସରେ ଭଙ୍ଗାରୁଜା ହେବା ସହିତ ମଟରସାଇକେଲ୍‌ରେ ନିଆଁ ଲଗାଇ ଦିଆଯାଇଛି।

ହିଂସାରେ ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ଥିତି ନିୟନ୍ତ୍ରଣ ରଖି ଶାନ୍ତି ପ୍ରତିଷ୍ଠା ପାଇଁ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ରାପିଡ୍ ଆକ୍ସନ ଫୋର୍ସ(RAF) ମୁତୟନ କରାଯାଇଛି। 

ଏହା ପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପୁର୍ବ ମେଦିନିପୁର ଜିଲ୍ଲାରେ ଭୂପତିନଗର ଟିଏମ୍‌ସି ବୁଥ ଅଧ୍ୟକ୍ଷଙ୍କ ଘରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଯାହାକୁ ନେଇ ବିଜେପି ଟିଏମ୍‌ସିକୁ ଦାୟୀ କରିଥିବା ବେଳେ ଟିଏମ୍‌ସି ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଭାରତ-ବାଂଲାଦେଶ ମଧ୍ୟ ରେ ପ୍ରଥମ ଦିନିକିଆ ସିରିଜ୍...

Sun Dec 4 , 2022
ବାସ୍ତବ ବ୍ୟୁରୋ : ଆଜି (ରବିବାର) ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ଦିନ ସାଢେ ୧୧ଟାରେ ଏହି ମ୍ୟାଚ୍‌ ଶେର-ଏ-ବାଂଲା ଷ୍ଟାଡିୟମ୍‌ରେ ଖେଳାଯିବ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଉପଯୁକ୍ତ ପ୍ରସ୍ତୁତି କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ମ୍ୟାଚ୍‌ ପାଇଁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି […]

You May Like

Pin It on Pinterest