ବାସହୀନ ଲୋକଙ୍କୁ ଜମିପଟ୍ଟା ଯୋଗାଇବାକୁ ଗଣବିକ୍ଷୋଭ

ସଂଜୟଶତପଥୀ(କଟକ): ବସ୍ତିବାସିନ୍ଦା ଏକତା ମଞ୍ଚ ପକ୍ଷରୁ ସଭାପତି ଶ୍ରୀ ସେକ୍ ଅବଦୁଲାଙ୍କ ନେତୃତ୍ବରେ ଶତାଧିକ ବାସଚ୍ଯୂତ ଶତାଧିକ ବସ୍ତିବାସିନ୍ଦା ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ମାରୁତି ମଣ୍ଡପରୁ ବାହାରି କଟକ ମହାନଗର ନିଗମର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମଞ୍ଚର ସଭାପତି ଶ୍ରୀ ଅବଦୁଲ୍ଲା ମାନ୍ୟବର ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡିଠାରେ ଓ କଟକର ମାନ୍ୟବର ମେୟର କଟକର ଜଗତପୁରଠାରେ ଓଡ଼ିଶା ସରକାରଙ୍କ ଦ୍ବାରା ଚିହ୍ନିତ “ଜାଗା ମିଶନ”କାର୍ଯ୍ୟକ୍ରମରେ ଗରୀବ ବସ୍ତିବାସିନ୍ଦାଙ୍କୁ ଜାଗା ସହ ପଟ୍ଟା ମଧ୍ୟ ଯୋଗାଇଦେବାକୁ ଘୋଷଣା କରିଥିଲେ, ଯାହାକି ବର୍ତ୍ତମାନ କେବଳ ଧୂଆଁବାଣରେ ପରିଣତ ହୋଇଛି।ଯଦି ସରକାର ଏହି ଗରୀବ ବାସହୀନ ବସ୍ତିବାସିନ୍ଦାଙ୍କୁ ଯଥାଶୀଘ୍ର ଜମି ଓ ଜମିର ପଟ୍ଟା ନ ଯୋଗାଇ ଦିଅନ୍ତି ତେବେ ଆନ୍ଦୋଳନ ତୀବ୍ର ରୂପ ନେବା ସହ ସମସ୍ତ ବସ୍ତିବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଅବଶେଷ ରେ ବସ୍ତିନେତା ଶ୍ରୀ ଧନି ସାହୁ,ମୁନୁ ଖାଁ,ଶଶୀ ଡାକୁଆ, ପ୍ରମୋଦ ସ୍ବାଇଁ,ଅଜିତ୍ ଲେଙ୍କା, ବାସନ୍ତୀ ବିଶ୍ବାଳ ନିଜ ନିଜର ମତବ୍ୟକ୍ତ କରିଥିଲେ। ଶୋଭାଯାତ୍ରା ର ନେତୃତ୍ବ ଶ୍ରୀମତୀ ସତ୍ୟଭାମା ପଣ୍ଡା ଓ ଶ୍ରୀମତୀ ନୁରି ବିବି ନେଇଥିଲା ବେଳେ ଏକ ପ୍ରତିନିଧିମଣ୍ଡଳ ୮ ଦଫା ସମ୍ବିଳିତ ଏକ ଦାବିପତ୍ର ମାନନୀୟ ମେୟର ଓ ମାନନୀୟ କମିଶନରଙ୍କୁ ପ୍ରଦାନ କରି ତୁରନ୍ତ ଏହାର ସମାଧାନ କରିବା ଲାଗି ଅନୁରୋଧ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆରବିଆଇ ପୁଣି ବଢ଼ାଇଲା ରେପୋ ରେଟ୍...

Wed Dec 7 , 2022
ବାସ୍ତବ ବ୍ୟୁରୋ : ଚଳିତ ବର୍ଷ ପଞ୍ଚମ ଥର ପାଇଁ ପୁଣି ବଢ଼ିଲା ରେପୋରେଟ୍ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ଫଳରେ ମହଙ୍ଗା ହେବ ଋଣ। ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି।  ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି।  ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା […]

You May Like

Pin It on Pinterest