ବାସ୍ତବ ବ୍ୟୁରୋ: ପୁଣି ବଢ଼ିଲା ସିଏନଜି ମୂଲ୍ୟ। ଆଜି(ଶନିବାର) ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି। ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି ୮୭.୮୯ ଟଙ୍କା ଛୁଇଁଛି । ତେବେ ସିଏନଜି ବୃଦ୍ଧି ପରେ ଏହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିବ। କାରଣ ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇ ଦେଉଥିବା ଓଲା ଏବଂ ଓବେର ସଂସ୍ଥାମାନେ ସେମାନଙ୍କ ଭଡ଼ାରେ ପରିବର୍ତ୍ତନ କରିବେ। ଉଭୟ ସଂସ୍ଥାର ଅଟୋ ଓ ବାଇମାନଙ୍କରେ ଭଡ଼ା ବୃଦ୍ଧି ହୋଇପାରେ।
Next Post
ଦୃଷ୍ଟିହୀନ ଟି-୨୦ ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ଭାରତ
Sat Dec 17 , 2022
ବାସ୍ତବ ବ୍ୟୁରୋ : ଦୃଷ୍ଟିହୀନଙ୍କ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ତୃତୀୟ ଟାଇଟଲ ହାସଲ କରିଛି । ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ […]

You May Like
-
5 years ago
ଆଜିର ଖାସ୍ ଖବର …
-
4 years ago
ଆଜିର ଖାସ୍ ଖବର
-
9 months ago
କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?


