ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ଘରୋଇ ବସ୍ ରାସ୍ତାରେ ଗଡ଼ିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛି। ଘରୋଇ ବସ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।
ଆଜି ୮ ଦଫା ଦାବି ପୂରଣ ନେଇ ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସବୁ ଘରୋଇ ବସ୍ର ମାଲିକମାନେ ଯୋଗଦେଇ ସରକାରଙ୍କ ସ୍କ୍ରାପ୍ ପଲିସିକୁ ବିରୋଧ କରିଥିଲେ। ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ସ୍କ୍ରାପ୍ ପଲିସି ଉଚ୍ଛେଦ ସହ ୮ ଦଫା ଦାବି ପୂରଣ ନହେଲେ ଜାନୁଆରୀ ୧୭ ତାରିଖରୁ ରାଜ୍ୟରେ କୌଣସି ବସ ଗଡ଼ିବ ନାହିଁ।
ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିସନର ବସ ଚଲେଇବା ପାଇଁ ନିର୍ଦ୍ଧାରଣ କରିଥିବା ସମୟସୀମା ଅନୁସାରେ ଫିଟ ଗାଡିକୁ ପରମିଟ ନମିଳିବା, ସ୍ଲିପର କୋଚ ଗୁଡିକୁ ଦିନରେ ଚଳାଇବାକୁ ଅନୁମତି ନମିଳିବା, ମଙ୍ଗୁଳି- ସମ୍ବଲପୁର ଓ ବଲାଂଗୀର ବରଗଡ଼ ରାସ୍ତା ମରାମତି ତୁରନ୍ତ ଶେଷ କରିବା ଭଳି ୮ ଦଫା ଦାବି ନେଇ ଆନ୍ଦୋଳନ କୁ ଓଲ୍ହାଇବାକୁ କହିଛି ସଂଘ।