ପୁଣି କରୋନାର ଡର : ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ପିଏମ ମୋଦୀ…

ବାସ୍ତବ ବ୍ୟୁରୋ: ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କୁ ନେଇ, ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ, କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ ଏବଂ ଏହାର ପ୍ରଭାବ ଆକଳନ କରିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ନିବେଦନ କରିଛନ୍ତି। ଏହା ସହ ଜିନୋମ ସିକ୍ୟୁଏନ୍ସିଂ ଏବଂ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ କହିଛନ୍ତି।

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସ୍ଥିତିକୁ ଦେଖି ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କହିଛନ୍ତି। ଏଥି ସହ ସେ ରାଜ୍ୟ ସରକାର ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉଚ୍ଚ ସ୍ତରୀୟ ବୈଠକରେ କହିଛନ୍ତି ଯେ କୋଭିଡର ମୁକାବିଲା ପାଇଁ ଆମକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ହେବ। ଅମ୍ଳଜାନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଓ ହସ୍ପିଟାଲର ଭିତ୍ତିଭୂମିକୁ ଏବେ ଠାରୁ ସଜାଡ଼ିବାକୁ ହେବ। ରାଜ୍ୟଗୁଡ଼ିକ ନିୟମିତ ଏହାର ମନିଟରିଂ କରନ୍ତୁ ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କରୋନା କଟକଣା ଉଲଂଘନ ନକରିବା ପାଇଁ ଲୋକଙ୍କୁ ଚେତାବନୀ ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଦୋହରାଇଛନ୍ତି ଯେ କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହାଁନ୍ତି। ବିଶେଷ କରି ଆନ୍ତର୍ଜାତୀୟ ବିମାନବନ୍ଦରରେ ଚାଲିଥିବା ନୀରିକ୍ଷଣ ପଦକ୍ଷେପକୁ ଦୃଢ଼ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସେ ବୃଦ୍ଧ ଓ ଅସୁସ୍ଥ ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ନିବେଦନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୁଷ ହକି ବିଶ୍ବକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ...

Thu Dec 22 , 2022
ସେୟାର କରନ୍ତୁ

You May Like

Pin It on Pinterest