ବଢ଼ିବ ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା କମିବ ଶୀତ…

ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୁଚନା ଅନୁଯାଇ,ଆଗାମୀ ୨୪ ଘଣ୍ଟା ଭିତରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ। କମିବ ଶୀତର ପ୍ରକୋପ।ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ କୁହୁଡି ହେବାର ସମ୍ଭାବନା ରହିଛି। 

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହିତ ହେଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ତଳକୁ ଖସିଛି। କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିଠାରେ ସର୍ବାଧିକ ୫ ଡ଼ିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୫.୫ ଡ଼ିଗ୍ରୀ, ଫୁଲବାଣୀରେ ୭ ଡିଗ୍ରୀ, କିରେଇରେ ୭.୫ ଡିଗ୍ରୀ, ଚିପିଲିମାରେ ୮.୮ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ, ଭବାନୀପାଟଣାରେ ୯.୮ ଡିଗ୍ରୀ, ଅନୁଗୋଳ ଓ ସୁନ୍ଦରଗଡ଼ରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ୧୪ଡ଼ିଗ୍ରୀ ରାତିର ତାପମାତ୍ରା ୧୪ଡ଼ିଗ୍ରୀ ରେକର୍ଡ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଆହାରକେନ୍ଦ୍ର ନିକଟରେ ଗହଣା ବେପାରୀଙ୍କ ଠାରୁ ଲୁଟ,ଆପାଜି ଗାଡ଼ିରେ ଆସି ଲୁଟିନେଲେ ଲୁଟେରା ଥାନାରେ ମାମଲା ରୁଜୁ...

Fri Dec 23 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩/୧୨/୨୦୨୨:-ଚାନ୍ଦବାଲି ସଦରରେ ଆହାରକେନ୍ଦ୍ର ପରିସରରେ ଏକ ଆପାଜି ଗାଡ଼ିରେ ଦୁଈଜଣ ଯୁବକ ଆସି ଗହଣା ବେପାରୀଙ୍କ ଗାଡ଼ିରୁ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ବେପରୀ ଜଣକ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ରାଜକନିକା ଓଳାଭର ଅଂଚଳର ଗହଣା ବେପାରୀ ହୁଷିକେଶ ମହାରଣା ଚାନ୍ଦବାଲି ଅଂଚଳରୁ ବେପାର ସାରି ଆହାରକେନ୍ଦ୍ରରେ ଗାଡ଼ି […]

You May Like

Pin It on Pinterest