ପ୍ରଶାସନର ପ୍ରତାରଣା ପ୍ରତିବାଦରେ ଧବଳେଶ୍ବରଙ୍କ ପୀଠ ପୂଜକ‌ମାନଙ୍କର ରାସ୍ତା ରୋକ ଆନ୍ଦୋଳନ…

ସଂଜୟ ଶତପଥୀ(କଟକ):ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପୀଠରେ ଆବାହମାନ କାଳରୁ ପ୍ରଭୁଙ୍କର ଦୈନିକ ନିତି କାନ୍ତି କାର୍ଯ୍ୟ ସମାପନ କରି ଦର୍ଶନାର୍ଥୀଙ୍କ ଦାନ ଦକ୍ଷିଣା ରେ‌ ନିଜ ନିଜର ପରିବାରର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ପୂଜକମାନେ ମନ୍ଦିର ପ୍ରତି ପ୍ରଶାସନର ଅବହେଳା ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପୀଠକୁ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି।

ପ୍ରକାଶ ଥାଉକି,ଶ୍ରୀ ଧବଳେଶ୍ବର ଙ୍କ ପୀଠକୁ ସଂଯୁକ୍ତ କରୁଥିବା ଝୁଲାପୋଲ ଦୀର୍ଘ ଦିନ ହେଲା ବିପଦ ସଙ୍କୁଳ ଅବସ୍ଥାରେ ରହିବା ଯୋଗୁଁ‌ ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କର ପ୍ରଭୁଙ୍କୁ ଦର୍ଶନ କରିବାରେ ବ୍ୟାଘାତ ସୃଷ୍ଟି ହେବା ସହ ଭକ୍ତମାନଙ୍କର ପୀଠ କୁ ଆସିବା ପ୍ରାୟତଃ ବନ୍ଦ ହୋଇଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଦର୍ଶନାର୍ଥୀମାନଙ୍କର ଦାନ ଦକ୍ଷିଣା ରେ ନିଜ ନିଜର ପରିବାର ପ୍ରତିପୋଷଣ କରୁଥିବା ଏହି ପୀଠର ବ୍ରାହ୍ମଣ ପୂଜକ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ରାହ୍ମଣ ପୂଜକ ମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଝୁଲାପୋଲ ର ମରାମତି ଲାଗି କୈାଣସି ପଦକ୍ଷେପ ନେବାର ନାଆଁ ଧରୁନାହାଁନ୍ତି ।ଏହି କାରଣରୁ ବରିଷ୍ଠ ପୂଜକ ଶ୍ରୀ ବଦ୍ରି ପତ୍ରୀଙ୍କ ନେତୃତ୍ବରେ ଶୈବପୀଠ ର ସମସ୍ତ ବ୍ରାହ୍ମଣ ପୂଜକ ମାନେ ଆଜି ମଞ୍ଚେଶ୍ବର ଛକଠାରେ ରାସ୍ତା ବନ୍ଦ ଆନ୍ଦୋଳନ କରିଛନ୍ତି।

ନିଜ ନିଜ ବିବୃତିରେ ଯଦି ଏହି ସମସ୍ୟାର ସମାଧାନ ଜିଲ୍ଲା ପ୍ରଶାସନ ତୁରନ୍ତ ନ କରେ ତେବେ ସମସ୍ତ ବ୍ରାହ୍ମଣ ପୂଜକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। ଦର୍ଶନାର୍ଥୀମାନଙ୍କ ପକ୍ଷରୁ ଏହି ପ୍ରସିଦ୍ଧ ଶୈବପୀଠରେ ଧାର୍ମିକ ଭାବନାକୁ ଆଘାତ କରୁଥିବା ସମସ୍ତ ସମସ୍ୟାକୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପରେ ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋଭିଡ୍ ପାଇଁ ନାଜାଲ୍ ଭ୍ୟାକସିନ୍ ‘ଇନ୍‌କୋଭାକ୍‌’ ଏଣିକି ବଜାର ଓ ହସ୍ପିଟାଲରୁ କିଣି ପାରିବେ...

Tue Dec 27 , 2022
ବାସ୍ତବ ବ୍ୟୁରୋ :କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ। ରୋଗୀ କୌଣସି ଯନ୍ତ୍ରଣା ନପାଇ ସହଜରେ ଏହି ନାଜାଲ ଭାକ୍ସିନକୁ ନେଇ ପାରିବେ। ଏହା ଏବେ କୋ-ୱିନ ଆପରେ ଉପଲବ୍ଧ ରହିଛି। ଚୀନ୍‌ରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ନିକଟରେ ଭାରତ ସରକାର ଭାରତ ବାୟୋଟେକ ଦ୍ବାରା ନିର୍ମିତ ନାଜାଲ ଭାକ୍ସିନ ଇନକୋଭାକକୁ ମଞ୍ଜୁରୀ ଦେଇଛନ୍ତି। ଉଭୟ କୋଭାକ୍ସିନ ବା କୋଭିସିଲ୍ଡର […]

You May Like

Pin It on Pinterest