ବାସ୍ତବ ବ୍ୟୁରୋ: ଆଜି(ରବିବାର) ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି ।
ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଏସପି ଅରିଫ ହାଫିଜଙ୍କ ସୂଚନା ଅନୁଯାୟୀ, ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁଙ୍କ ପକ୍ଷରୁ ଆଜି ଗୁଣ୍ଠୁରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଆଉ ପ୍ରବଳ ଭିଡ ଯୋଗୁଁ ଲୋକଙ୍କ ମଧ୍ୟରେ ହୋଇଥିବା ଦଳାଚକଟାରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି ।
ସୂଚନାଯୋଗ୍ୟ, ଗତ ବୁଧବାର ଅର୍ଥାତ ୨୮ ଡ଼ିସେମ୍ବର ଦିନ ଆନ୍ଧ୍ରପ୍ରଦେଶ ନେଲୋରରେ ନାଇଡ଼ୁଙ୍କ ରୋଡ୍ସୋରେ ଦଳାଚକଟା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲା ଓ ଦଳାଚକଟା ହୋଇଥିଲା। କିଛି ଲୋକ ଠେଲିହୋଇ ପାଖରେ ଥିବା ଡ୍ରେନ ଭିତରେ ପଡ଼ିଯାଇଥିଲେ। ଏଥିରେ ଅତି କମ୍ରେ ଜଣେ ମହିଳାଙ୍କ ସମେତ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।



