ରାଜ୍ୟବାସୀଙ୍କୁ ନବବର୍ଷ ଭେଟି, ବର୍ଷେ ଯାଏଁ ମାଗଣାରେ ମିଳିବ ଚାଉଳ….

ବାସ୍ତବ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଉ ବର୍ଷେ ମିଳିବ ମାଗଣା ଚାଉଳ । ୨୦୨୩ ଜାନୁଆରି ଠାରୁ ଡିସେମ୍ବର ଯାଏଁ ଏହି ମାଗଣା ଚାଉଳ ମିଳିବ। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିପିଏଲ୍‌ ପରିବାରରେ ରହୁଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ମାସକୁ ୫ କିଲୋ ଲେଖାଏଁ ଚାଉଳ ଯୋଗାଇଦେବେ। ମାସିକ ମୁଣ୍ଡପିଛା ମିଳିବ ୫କିଲେ ଚାଉଳ ମିଳିବ। ଏଥି ପାଇଁ ରାଜ୍ୟ ସରକାର ୧୮୫ କୋଟି ଟଙ୍କା କରିବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଫଳରେ ଜାନୁଆରିରୁ ଡିସେମ୍ବର ମାସ ଯାଏଁ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ଏଥିରେ ରାଜ୍ୟର ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ।  ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟକୁ ଫେରିବ ଶୀତ

Tue Jan 3 , 2023
ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି କି ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ତଳକୁ ଖସିବ। ତେଣୁ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ସାମୁଦ୍ରିକ ବାୟୁର ପ୍ରଭାବରେ ଆଜି ରାତି ଓ କାଲି ସକାଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ୪ ତାରିଖ ସକାଳେ କଳାହାଣ୍ଡି, […]

You May Like

Breaking News

Pin It on Pinterest