ବାସ୍ତବ ବ୍ୟୁରୋ: ଆଜି(ଗୁରୁବାର) ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ଠାରୁ ଆରମ୍ଭ କରି ଦିଲ୍ଲୀ-ଏନସିଆର ରିଜନରେ ମଧ୍ୟ ଅନୁଭବ ହୋଇଛି।
ଦିଲ୍ଲୀ ଏନସିଆରରେ ଲୋକଙ୍କ ଘର ଏବଂ କାର୍ଯ୍ୟାଳୟରେ ରଖାଯାଇଥିବା ଆସବାବପତ୍ର ଦୋହଲିବାକୁ ଲାଗିଥିଲା । ଏହି ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତର ଅନେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ହରିୟାଣା ଠାରୁ ଜାମ୍ମୁ କାଶ୍ମୀର ପର୍ଯ୍ୟନ୍ତ କେତେକ ଅଞ୍ଚଳରେ କମ୍ପନ ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।