ନର୍ଲା ଅବକାରୀ କାର୍ଯ୍ୟାଳୟ ନିର୍ମାଣ ଧର୍ମକୁ ଆଖିଠାର ସ୍ଥାୟୀତ୍ବ କୁ ନେଇ ଉଠିଲା ପ୍ରଶ୍ନ …

ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେଖ ପୂର୍ ଛକ ଠାରେ ଦୀର୍ଘ ଛ ମାସଧରି ନବନିର୍ମାଣ ଅବକାରୀ କାର୍ଯ୍ୟାଳୟ ଅତି ମନ୍ଥର ଗତିରେଚାଲିଛି । ରାମପୁର ଅଞ୍ଚଳର ଜୈନିକ ଠିକାଦାର ଙ୍କ ମନମୁଖୀ କାର୍ଯ୍ଯକୁ ନା ପ୍ରଶାସନ ତଦାରଖ କରୁଛି ନା ନିମ୍ନ ମାନର କାମ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ନଜରକୁ ଆସୁଛି ।୪୪ ଲକ୍ଷ ଟଙ୍କାର ନିର୍ମାଣଧିନ କୋଠାରେ ବ୍ୟବହାର ହେଉଥିବା ସିମେଣ୍ଟ (ଶ୍ରୀ ସିମେଣ୍ଟ)ଟେଣ୍ଡର ଏଷ୍ଟିମେଣ୍ଟରେ ଅଛିତ ବୋଲି ସର୍ବସାଧାରଣ ପ୍ରଶ୍ନ କରୁଥିବାବେଳେ,ଠିକାଦାର ଓଲଟି ଧମକ ଚମକ ଦେଉଛି ।ଏହି ସିମେଣ୍ଟ ବଜାର ରେ ଅତ୍ୟନ୍ତ କମ୍ ଦରରେ ଉପଲବ୍ଧ ହେଉଛି ସେହି ସିମେଣ୍ଟ କୁ ଠିକାଦାର ଜଣକ ବ୍ୟବହାର କରୁଥିବା ବେଳେ ବାଲି ମଧ୍ୟ ଅତ୍ୟନ୍ତ ନିମ୍ନ ମାନର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି।

କୋଠାକାମ ନିର୍ଣୁ କାନ୍ଥ ଠାରୁ ପାଚେରୀ ପର୍ଯ୍ୟନ୍ତ, ଫାଟି ଆଁ କଲାଣି କୋଠା କାର୍ଯ୍ୟଟି ଯେତେଦିନ ଚାଲିଛି ବିଭାଗୀୟ ଜେ.ଇ କିମ୍ବା ଠିକାଦାର ଙ୍କ କାର୍ଯ୍ୟ ସ୍ଥଳରେ ଦେଖା ନ ଥିବା ଅଭିଯୋଗ ହୋଇଛି । ଏବଂ ଜଣେ ବୈଷୟିକ ଜ୍ଞାନ ନ ଥିବା ମୁନସୀ ଙ୍କ ଜରିଆରେ ପାଖାପାଖି ଅଧ କୋଟିର ଟଙ୍କାର ,କାର୍ଯ୍ୟାଳୟ ସମ୍ପାଦନ କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ବେପରୁଆ ଭାବରେ କାର୍ଯ୍ୟ କରିବା ଅଭିଯୋଗ କୁ ନେଇ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ଠିକାଦାର ଓ ଜେ.ଇ ଙ୍କୁ ପଚାରିବାରୁ ଜେ.ଇ ସମସ୍ତ କାର୍ଯ୍ୟ ଠିକଠାକ ଚାଲିଥିବା କହିଥିବା ବେଳେ ଠିକାଦାର ମାଟି ଦୋଷ ଯୋଗୁଁ ଫାଟି ଯାଇଛି ତାହା ମରାମତି ହେବ ବୋଲି ସଫେଇ ଦେଇଛନ୍ତି ।

ଅନ୍ୟପଟେ କାର୍ଯ୍ୟାଳୟ ନିମ୍ନ ମାନର କାର୍ଯ୍ୟ ପ୍ରତି ସ୍ଥାନୀୟ ଅବକାରୀ ଅଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି ଏଣୁ ଏଦିଗରେ ଆରଡି ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବା ନିମନ୍ତେ ସର୍ବସାଧାରଣରେ ଦାବି ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ତଥା ଭାରତ ରତ୍ନ ପ୍ରଦାନ କରାଯାଉ....

Sat Jan 14 , 2023
ସଂଜୟ ଶତପଥୀ(କଟକ):ଭାରତର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ତଥା ଭାରତ ରତ୍ନ ପ୍ରଦାନ କରାଯାଉ । ଏଥି ସହିତ କଟକ ରେଲୱେ ଷ୍ଟେସନକୁ ନେତାଜୀଙ୍କ ନାମରେ ନାମକରଣ କରିବା ସହ ସହରରେ ନେତାଜୀଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଶ୍ରୀ ଅଶ୍ୱିନୀ ଉପାଧ୍ୟାୟ ଦାବି କରିଛନ୍ତି । ନେତାଜୀ ସୁଭାଷ ସ୍ମୃତି ସଂସଦ […]

You May Like

Pin It on Pinterest