୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍

ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଆଜି(ବୁଧବାର) ୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍ । ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି।

୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ ନାଗାଲାଣ୍ଡ,ମେଘାଳୟରେ ଫେବ୍ରୁଆରି ୨୭ରେ ବିଧାନସଭା ନିର୍ବାଚନ  ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି ।

ତ୍ରିପୁରା ପାଇଁ ଜାନୁଆରି ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜାନୁଆରି ୩୦ ତାରିଖ ଓ ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଫେବ୍ରୁଆରି ୨ । ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ରେଜଲ୍ଟ ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ଆଜି ୩ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ନିର୍ବାଚନ ଆଚରଣବିଧି ମଧ୍ୟ ଆଜିଠାରୁ ଲାଗୁ ହୋଇଛି।

ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ୧ ୨, ମେଘାଳୟର ୧୫ ଓ ନାଗାଲ୍ୟାଣ୍ଡର ମାର୍ଚ୍ଚ ୨୨ରେ ଶେଷ ହେବ। ତେଣୁ ଏହାପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କମିଶନ ଲକ୍ଷ୍ୟ ରଖିଛନ୍ତି।

ଏହି ୩ଟି ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୬୨.୮ ଲକ୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧.୪୭ ଲକ୍ଷ ଭୋଟର ମହିଳା । ଏଥର ୧.୭୬ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ନିର୍ବାଚନରେ ସାମିଲ ହେବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ..

Fri Jan 20 , 2023
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ , କଟକ ଜିଲ୍ଲା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କଟକର ସହୀଦ ଭବନ ଠାରେ ଏକ ନାଗରିକ ସଚେତନତା ସମ୍ମିଳନୀ ରାଜ୍ୟ ପରିବହନ ବିଭାଗ ମାନନୀୟ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା,(ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଦ୍ବାରା ସମ୍ପାଦିତ ତଥା ସର୍ବସାଧାରଣଙ୍କ ଲାଗି […]

You May Like

Pin It on Pinterest